www.samajalive.in
Saturday, December 6, 2025
26.1 C
Bhubaneswar

୧୪ଲକ୍ଷ ୪୦ହଜାର ଶିଶୁ ନେଇନାହାନ୍ତି କୌଣସି ଟିକା

ନୂଆଦିଲ୍ଲୀ: ଦେଶରେ ଶିଶୁ ଟିକାକରଣ ପ୍ରକ୍ରିୟାରେ ମନ୍ଥରତା ଆସିଥିବା ନେଇ ଲାନସେଟ୍ ପକ୍ଷରୁ ପ୍ରକାଶିତ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ଭାରତ ନୁହେଁ କରୋନା ମହାମାରୀ ପରେ ସମଗ୍ର ବିଶ୍ବରେ ଶିଶୁ ଟିକାକରଣ ପ୍ରକ୍ରିୟାରେ ମନ୍ଥରତା ଆସିଛି। ୨୦୨୩ ସୁଦ୍ଧା ଭାରତର ୧୪ଲକ୍ଷ ୪୦ହଜାର ଶିଶୁ କୌଣସି ଗୋଟିଏ ହେଲେ ଟିକା ନେଇ ନଥିବା ରିପୋର୍ଟରେ କୁହାଯାଇଛି। ନିୟମିତ ଶିଶୁ ଟିକାକରଣ ଯୋଗୁଁ ବିଶ୍ବରେ ପ୍ରତିବର୍ଷ କୋଟି କୋଟି ଶିଶୁଙ୍କର ଜୀବନ ରକ୍ଷା ହେଉଛି। ୧୯୮୦ ମସିହା ପରଠାରୁ ସରକାରଙ୍କ ପକ୍ଷରୁ ଶିଶୁମାନଙ୍କୁ ସାମୂହିକ ଟିକାକରଣ କରାଯାଇ ଅନେକଙ୍କ ଜୀବନ ରକ୍ଷା କରାଯାଉଛି। ଡିପ୍‌ଥେରିଆ, ମିଳିମିଳା, ପୋଲିଓ, ଟ୍ୟୁବରକ୍ୟୁଲୋସିସ୍‌, ନିମୋନିଆ ଓ ରୋଟାଭାଇରସ୍‌ରୁ ଶିଶୁଙ୍କୁ ରକ୍ଷା ପାଇଁ ନିୟମିତ ଟିକାକରଣ କରାଯାଇଥାଏ। ମାତ୍ର କରୋନା ମହାମାରୀ ପରଠାରୁ ବିଶ୍ବର ଅନେକ ରାଷ୍ଟ୍ରରେ ଏହିସବୁ ଟିକାକରଣ ପ୍ରକ୍ରିୟାରେ ମନ୍ଥରତା ଆସିଛି। ଶିଶୁଙ୍କୁ ଦୁରାରୋଗ୍ୟ ରୋଗରୁ ରକ୍ଷା କରିବାଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ୧୯୭୪ ପରଠାରୁ ଉପରୋକ୍ତ ପ୍ରମୁଖ ଟିକାକରଣକୁ ଗୁରୁତ୍ବ ଦେଇ ଆସୁଛି। ଏହି ଟିକାକରଣ ଦ୍ବାରା ବିଶ୍ବବ୍ୟାପୀ ୧୫କୋଟି ୪୦ଲକ୍ଷ ଶିଶୁଙ୍କ ଜୀବନ ରକ୍ଷା କରାଯାଇପାରିଥିବା କୁହାଯାଇଛି। ୨୦୨୩ ସୁଦ୍ଧା ୧୫କୋଟି ୭୦ଲକ୍ଷ ଶିଶୁଙ୍କୁ କୌଣସି ଟିକା ଦିଆଯାଇ ନଥିବା ଆକଳନ କରାଯାଇଛି। ଟିକା ପାଇ ନଥିବା ଶିଶୁଙ୍କ ମଧ୍ୟରୁ ଅର୍ଦ୍ଧାଧିକ ୮ଟି ରାଷ୍ଟ୍ରରେ ରହିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories