www.samajalive.in
Saturday, December 6, 2025
23.1 C
Bhubaneswar

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ​‌; ରାହୁଲ ବାଦ୍, ଫେରିଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆର ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏଥିରୁ ଜବରଦସ୍ତ ଫର୍ମରେ ଥିବା କେ. ଏଲ. ରାହୁଲଙ୍କୁ ବାଦ୍‌ ଦିଆଯାଇଥିବାବେଳେ ୧୫ ମାସ ପରେ ପୃଥ୍ବୀ ଶ’ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅନ୍ୟପଟେ ଆହତ ସମସ୍ୟା ଯୋଗୁ ରୋହିତ ଶର୍ମା ଉଭୟ ଦିନିକିଆ ଏବଂ ଟେଷ୍ଟ ଦଳରୁ ଓହରି ଯାଇଛନ୍ତି। ରୋହିତଙ୍କ ଅନୁପସ୍ଥିତିରେ ପୃଥ୍ବୀ ଶ’, ଶୁଭମନ ଗିଲ୍‌ ଏବଂ ମୟଙ୍କ ଅଗ୍ରୱାଲ ଓପନିଂ ଦାୟିତ୍ଵ ସମ୍ଭାଳିବେ।

ରୋହିତ ନ୍ୟୁଜିଲାଣ୍ଡ ବିପକ୍ଷ ଦିକିନିଆ ଏବଂ ଟେଷ୍ଟ ସିରିଜରୁ ବାଦ୍‌ ପଡ଼ିବା ନେଇ ଗତ ସୋମବାର ସ୍ପଷ୍ଟ ହୋଇଯାଇଥିଲା। ରୋହିତଙ୍କ ସ୍ଥାନରେ ଦିନିକିଆରେ ମୟଙ୍କ ଅଗ୍ରୱାଲ ଏବଂ ଟେଷ୍ଟରେ ଶୁଭମନ ଗିଲ୍‌ଙ୍କୁ ସ୍ଥାନ ଦିଆଯାଇଛି। ସେହିପରି ଈଶାନ୍ତ ଶର୍ମାଙ୍କୁ ଫିଟ୍‌ନେସ୍‌ ଟେଷ୍ଟ ପାସ୍‌ କରିବା ସର୍ତ୍ତରେ ଦଳରେ ସାମିଲ କରାଯାଇଛି। ଦ୍ବିତୀୟ ପେସ୍‌ ବୋଲର ନବଦୀପ ସାଇନି ମଧ୍ୟରେ ଏଥିରେ ସାମିଲ ହେବେ। ଏହାବ୍ୟତୀତ ମହମ୍ମଦ ସାମି, ଉମେଶ ଯାଦବ ଏବଂ ଜସ୍‌ପ୍ରୀତ ବୁମରା ଦଳରେ ରହିବେ। ୱିକେଟ କିପର ଭାବେ ଋଷଭ ପନ୍ତ ଏବଂ ରିଦ୍ଧିମାନ ଶାହଙ୍କୁ ଟିମରେ ନିଆଯାଇଛି।

- Advertisement -

ଟେଷ୍ଟ ସ୍କ୍ବାଡ୍‌: ବିରାଟ କୋହଲୀ(ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ବୀ ଶ’, ଶୁଭମନ ଗିଲ୍‌, ଚେତେଶ୍ଵର ପୂଜାରା, ଆଜିଙ୍କ୍ୟ ରାହାଣେ(ଉପଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ଶାହ(ୱିକେଟ କିପର), ଋଷଭ ପନ୍ତ(ୱିକେଟ କିପର), ଆର. ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଜସ୍‌ପ୍ରୀତ୍‌ ବୁମ୍‌ରା, ଉମେଶ ଯାଦବ, ମହମ୍ମଦ ସାମି, ନବଦୀପ ସାଇନି, ଈଶାନ୍ତ ଶର୍ମା(ଫିଟ୍‌ ହେବା ପରେ)।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories