www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ମହାସମର: ପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ଭାରତୀୟ ଦଳ, ଇଂଲଣ୍ଡ ଦଳ ପାଇଁ କର ବା ମାର ପରିସ୍ଥିତି

କଟକ : ବାରବାଟୀରେ ରବିବାର ମ୍ୟାଚ ଇଂଲଣ୍ଡ ଦଳ ପାଇଁ କର ବା ମାର ପରିସ୍ଥିତି। ଟୁର୍ଣ୍ଣାମେଣ୍ଟରେ ଲଢ଼େଇ କରିବାକୁ ହେଲେ ବାରବାଟୀ ମ୍ୟାଚ ଇଂଲଣ୍ଡ ଦଳ ପାଇଁ ବିଜୟ ଗୁରୁତ୍ବପୂର୍ଣ୍ଣ। ସେପଟେ ଘରୋଇ ମାଟିରେ ଚଳିତ ବର୍ଷ ପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ଭାରତୀୟ ଦଳ ରହିଛି। ଏ ନେଇ ଭାରତୀୟ ଦଳ ପ୍ରସ୍ତୁତି ଶେଷ କରିଛି।

ରବିବାର ଭାରତ- ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ମ୍ୟାଚ ବାରବାଟୀରେ ଖେଳାଯିବ। ଏ ନେଇ ଦୁଇ ଦଳର ଖେଳାଳି ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଥିଲେ। ଶନିବାର ଦୁଇ ଦଳର ଖେଳାଳିମାନେ ବାରବାଟୀରେ ଅଭ୍ୟାସ କରିବାର ସୂଚୀ ରହିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଇଂଲଣ୍ଡ ଦଳର ଖେଳାଳିମାନେ ଅଭ୍ୟାସକୁ ଆସିବା ପାଇଁ ମନା କରିଦେଇଥିଲେ। ତେବେ ଭାରତ ଦଳ ଅପରାହ୍ଣରେ ଆସି ବାରବାଟୀରେ ପହଞ୍ଚି ଦୁଇ ଘଣ୍ଟା ଧରି ଝାଳ ବୁହା କସରତ କରିଥିଲେ। ବିରାଟ କୋହଲି ଘଣ୍ଟାଏ ଧରି ନେଟ୍‌ରେ ଅଭ୍ୟାସ କରିଥିବାବେଳେ କେ.ଏଲ. ରାହୁଲ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନଂ ୩ ଗ୍ୟାଲେରି ସମ୍ମୁଖରେ ହୋଇଥିବା ଅଭ୍ୟାସ ପିଚ୍‌ରେ ଅଭ୍ୟାସ କରିଛନ୍ତି। ସେହିଭଳି ରୋହିତ ଶର୍ମା, ଯଶସ୍ବୀ ଜୟସୱାଲ , ରବୀନ୍ଦ୍ର ଜାଡ଼େଜା, ଋଷଭ ପନ୍ତ ପ୍ରମୁଖ ବ୍ୟାଟିଂ କରିଥିଲେ। ଦ୍ରୁତ ବୋଲର ଆର୍ଶଦୀପ ସିଂହ, ସ୍ପିନର ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ପ୍ରମୁଖ ବୋଲିଂ ଅଭ୍ୟାସ କରିଥିଲେ।

- Advertisement -

ଭାରତୀୟ ଷ୍ଟାର ଖେଳାଳିଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏସନର ଖେଳାଳିମାନେ ଉଭୟ ନେଟ୍‌ରେ ବୋଲିଂ କରିଥିଲେ। ଭାରତୀୟ ଖେଳାଳିମାନେ ପାଖାପାଖି ୭ଟା ୧୫ ମିନିଟ୍‌ରେ ଧୀରେଧୀରେ ପଡ଼ିଆ ଛାଡ଼ିଥିଲେ। ତେବେ କିଛି ଖେଳାଳିଙ୍କୁ ଧରି ଫିଲ୍ଡିଂ କୋଚ ଶ୍ରୀଧର ମଧ୍ୟ ବେଶ କିଛି ସମୟ ଧରି ଫିଲ୍ଡିଂ ଅଭ୍ୟାସ କରାଇଥିଲେ। ବିରାଟ ଓ ରାହୁଲ ସବୁଠାରୁ ଅଧିକ ସମୟ ଅଭ୍ୟାସ କରିଥିବାରୁ ଦୁଇ ଜଣ ମ୍ୟାଚ ଖେଳିବା ଏକ ପ୍ରକାର ନିଶ୍ଚିତ ବୋଲି ଆକଳନ କରାଯାଉଛି।

ସେପଟେ ଅଭ୍ୟାସ ଦେଖିବାକୁ ଆସିଥିବା ଦର୍ଶକ ମଧ୍ୟ ସେମାନଙ୍କର ପ୍ରିୟ ଖେଳାଳିଙ୍କୁ ପାଖରେ ଦେଖି ବେଶ ଖୁସୀ ଅନୁଭବ କରୁଥିବା କଥା କହିଛନ୍ତି। ଅଭ୍ୟାସ ପାଇଁ ଆସିଥିବା ଭାରତୀୟ ଦଳକୁ ଉତ୍ସାହ କରିବାକୁ ସଚିନ୍‌ ତେନ୍ଦୁଲକରଙ୍କ ଫ୍ୟାନ୍‌ ଶ୍ରୀଧର ମଧ୍ୟ ଆସି ବାରବାଟୀରେ ପହଞ୍ଚିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories