www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରଦର୍ଶନୀ ଜରିଆରେ ମହିଳା ବ୍ୟବସାୟୀଙ୍କ ଦକ୍ଷତା ପ୍ରଦର୍ଶନ

ଭୁବନେଶ୍ବର: ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ‘ବିଶ୍ୱ ମହିଳା ଦିବସ ଉପଲକ୍ଷେ ମହିଳା ସାମାଜିକ ବ୍ୟବସାୟୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡ଼ିକର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀ କଟକସ୍ଥିତ ‘ସହାୟ’, ମାନସିକ ଅନଗ୍ରସର ପିଲାଙ୍କ ସ୍ୱତନ୍ତ୍ର ବିଦ୍ୟାଳୟ ଦ୍ୱାରା ପରିଚାଳିତ ହୋଇଥିଲା। ଏହି ପ୍ରଦର୍ଶନୀରେ କଟକ ଓ ଭୁବନେଶ୍ୱରରୁ ୨୦ଟି ଷ୍ଟଲରେ ମହିଳା ସାମାଜିକ ବ୍ୟବସାୟୀମାନେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ। ଳବିଶ୍ୱ ମହିଳା ଦିବସ ଉପଲକ୍ଷେ ଏହି ବର୍ଷର ସ୍ଲୋଗାନ ‘ଆସନ୍ତା କାଲି ବଞ୍ଚିବା ନିମନ୍ତେ ଆଜିର ଲିଙ୍ଗଗତ ସମାନତା’ର ପାଳନକୁ ଏହି ମହିଳା ସାମାଜିକ ବ୍ୟବସାୟୀମାନେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଦ୍ୱାରା ସମ୍ଭବ କରିଥିଲେ। ପ୍ରଦର୍ଶନୀଟି ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ସୁଶ୍ରୀ ସି.ଟି.ଏମ୍. ସୁଗୁଣା ଓ କଟକସ୍ଥିତ ସହାୟ, ମାନସିକ ଅନଗ୍ରସର ପିଲାଙ୍କ ସ୍ୱତନ୍ତ୍ର ବିଦ୍ୟାଳୟର ଅବୈତନିକ ସଚିବ ମୃଣାଳିନୀ ପାଢ଼ୀଙ୍କର ଉଦ୍ୟୋଗ ଯୋଗୁ ସଫଳତାର ସହିତ ସମ୍ଭବ ହୋଇ ପାରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories