www.samajalive.in
Friday, December 5, 2025
20.1 C
Bhubaneswar

ଭାରତ ତିଆରି ନାଜାଲ ଟିକା ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ: ହୁ ମୁଖ୍ୟ ବୈଜ୍ଞାନିକ

ଜେନେଭା: ଭାରତରେ ତିଆରି ହେଉଥିବା ନାଜାଲ ଟିକା ପିଲାଙ୍କ ପାଇଁ ଚିକିତ୍ସା କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ। ତେବେ ଏହି ଟିକା ଚଳିତ ବର୍ଷ ଉପଲବ୍ଧ ହୋଇନପାରେ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୋମ୍ୟା ସ୍ୱାମୀନାଥନ୍‍। ଦେଶକୁ କୋଭିଡର ତୃତୀୟ ଲହର ଗ୍ରାସ କରିବ ଏବଂ ତାହା ପିଲାମାନଙ୍କୁ ଅଧିକ ସଂକ୍ରମିତ କରିବା ଆଶଙ୍କା ପ୍ରକାଶ ପାଉଥିବା ଅବସରରେ ଏବେ ପିଲାଙ୍କ ପାଇଁ ଭାରତ ତିଆରି ନାଜାଲ ଟିକା ଆଶାର ସଂଚାର କରିଛି।
ଜଣେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଭାବରେ ପରିଚିତା ସ୍ୱାମୀନାଥନ୍‍ ଏକ ଟେଲିଭିଜନ ଚାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ଭାରତରେ କେତେକ ନାଜାଲ ଟିକା ସଂପ୍ରତି ପ୍ରସ୍ତୁତି ପର୍ଯ୍ୟାୟରେ ରହିଛି। ଏହା ପିଲାମାନଙ୍କ ପାଇଁ ଯଥେଷ୍ଟ ସହାୟକ ହେବ। ଏହା ଦେବା ସହଜ ଏବଂ ଏହା ନାସାରନ୍ଧ୍ରରେ ସ୍ଥାନୀୟ ସଂକ୍ରମଣକୁ ପ୍ରତିହତ କରିବାରେ ସମର୍ଥ ହୋଇପାରିବ। ତେବେ ସେପର୍ଯ୍ୟନ୍ତ ଅଧିକରୁ ଅଧିକ ବୟସ୍କ ଲୋକ, ବିଶେଷକରି ଶିକ୍ଷକ ଓ ଅଭିଭାବକମାନେ ଟିକା ନେବାର ଆବଶ୍ୟକତା ରହିଛି। ତାହାସହିତ ଗୋଷ୍ଠୀ ସଂକ୍ରମଣ ଯେତେବେଳେ ସର୍ବନିମ୍ନ ସ୍ତରରେ ରହିଥିବ, ସେହି ସମୟରେ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯିବା ଉଚିତ। ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ସେହିଭଳି ପଦକ୍ଷେପ ନେଇଛନ୍ତି। ତାହାସହିତ ଅନ୍ୟାନ୍ୟ ସୁରକ୍ଷା ପଦକ୍ଷେପ ମଧ୍ୟ ନେବାକୁ ପଡିବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories