www.samajalive.in
Sunday, December 7, 2025
14.1 C
Bhubaneswar

ଆସିଲା ଦେଶର ଦାମୀ ବାଇକ, ଦାମ୍ ମାତ୍ର..

ନୂଆଦିଲ୍ଲୀ : ଆମେରିକାର ବାଇକ୍ ନିର୍ମାତା କମ୍ପାନୀ ‘ଇଣ୍ଡିଆନ ମୋଟରସାଇକେଲ’ ନିକଟରେ ଭାରତରେ ନିଜ ରୋଡମାଷ୍ଟର ଟୁରର ଏକ ଲିମିଟେଡ୍ ଏଡିଶନର ବଜାର ପ୍ରବେଶ କରିଛି । ଏହାର ଦାମ୍ ୭୧.୮ ଲକ୍ଷ ଟଙ୍କା ରଖାଯାଇଛି । ରୋଡମାଷ୍ଟର ଏଲିଟର ସାରା ବିଶ୍ବରେ ମାତ୍ର ୩୫୦ ୟୁନିଟ୍ସ ହିଁ ନିର୍ମାଣ ହେବ । ଏହା ଭାରତର ସବୁଠାରୁ ମହଙ୍ଗା ବାଇକ୍ ମଧ୍ୟରୁ ଗୋଟିଏ ହେବ । ୧୯୦୧ରେ ସ୍ଥାପିତ ଇଣ୍ଡିଆନ ମୋଟରସାଇକେଲ ଏକ ଆମେରିକୀୟ ବାଇକ୍ ବ୍ରାଣ୍ଡ୍ ଯାହା ଭାରତରେ କିଛି ବଛା ବଛା ମଡେଲ ଯଥା ଇଣ୍ଡିଆନ ସ୍କୁଟ ଓ ଚିଫ୍ଟେନ ନେଇଆସିଥାଏ ।

ଇଣ୍ଡିଆନ ରୋଡମାଷ୍ଟର ଏଲିଟ୍ ମାତ୍ର ଗୋଟିଏ ରଙ୍ଗରେ ଉପଲବ୍ଧ ହେବ । ରେଡ୍ କ୍ୟାଣ୍ଡି ଏବଂ ଡାର୍କ ବ୍ଲାକ୍ କଲରରେ ଏହାକୁ କିଣିପାରିବେ ଗ୍ରାହକ । ଏଥିରେ ୧୮୯୦ ସିସିର ଏୟାର-କୁଲ୍ଡ ଇଞ୍ଜିନ ରହିଛି ଯାହା ୬ ସ୍ପିଡ୍ ଗିୟରବକ୍ସ ସହିତ ଆସିଥାଏ । ଏହାର ଭି-ଟ୍ବିନ୍ ଇଞ୍ଜିନ ୨୯୦୦ ଆରପିଏମରେ ୧୭୦ ଏନଏମର ପିକ୍ ଟର୍କ ଜେନେରେଟ୍ କରିଥାଏ  । ଏଥିରେ ୧୨ଟି ସ୍ପିକର ମିଳିବ । କନସୋଲ୍ ପାଇଁ ୭ ଇଞ୍ଚର ଡିଜିଟାଲ ଡିସପ୍ଲେ ରହିଛି ଯାହା ଜିପିଏସ୍ ନେଭିଗେସନ ଫଙ୍କସନ୍ ସହିତ କ୍ରୁଜ୍ କଣ୍ଟ୍ରୋଲ, ବ୍ଲୁଟୁଥ୍ କନେକ୍ଟିଭିଟି ମିଳିବ । ଚାଳକ ଓ ପାସେଞ୍ଜର ବସିବା ପାଇଁ ହିଟେଡ୍ ଓ କୁଲ୍ଡ ସିଟ୍ ମିଳିବ । ଗାଡିର ଦାମ୍ ୭୧.୮ ଲକ୍ଷ ଟଙ୍କା ରଖାଯାଇଛି ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories