www.samajalive.in
Wednesday, December 10, 2025
26.1 C
Bhubaneswar

ଏଫଆଇଏଚ୍ ପ୍ରୋ ହକି ଲିଗ : ଭାରତର ଦ୍ବିତୀୟ ବିଜୟ

ଭୁବନେଶ୍ୱର : ଏଫ୍‍ଆଇଏଚ୍‍ ପ୍ରୋ-ଲିଗ୍‍ ହକି ଚମ୍ପିଆନସିପ୍‍ରେ ଭାରତ ପ୍ରଥମ ପର୍ଯ୍ୟାୟକୁ ୨-୦ରେ ଜିତିନେଇଛି। ନେଦରଲାଣ୍ଡସ ବିପକ୍ଷ ପ୍ରଥମ ୨ଟି ମ୍ୟାଚକୁ ଜିତିନେଇ ୫ ପଏଣ୍ଟ ପାଇ ଶୀର୍ଷରେ ରହିଛି। ଭାରତ ପ୍ରଥମ ମ୍ୟାଚକୁ ୫-୨ରେ ଜିତିଥିବାବେଳେ ୨ୟ ମ୍ୟାଚକୁ ଟାଇବ୍ରେକର ୩-୩ (୩-୧)ରେ ବିଜୟୀ ହୋଇଛି। କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଖେଳା ଯାଇଥିବା ୨ୟ ମ୍ୟାଚରେ ଭାରତ ପେନାଲ୍‌ଟି ସୁଟ୍‍ଆଉଟ୍‍ ୩-୧ ଗୋଲରେ ନେଦରଲାଣ୍ଡସକୁ ପରାସ୍ତ କରିଛି। ଏକଦା ଭାରତ ୧-୩ ଗୋଲ୍‌ରେ ପଛୁଆ ଥିବା ବେଳେ ଅନ୍ତିମ କ୍ୱାର୍ଟରରେ ଚମତ୍କାର ପ୍ରତ୍ୟାବର୍ତନ କରି ନେଦରଲାଣ୍ଡସ୍‍ ହାତରୁ ମ୍ୟାଚ୍‌ ଛଡାଇ ଆଣିଥିଲା।

ପ୍ରଥମ ମ୍ୟାଚରେ ବଡ଼ ବିଜୟ ହାସଲ କରିଥିବା ଭାରତ ୨ୟ ମ୍ୟାଚକୁ ଜିତିବା ନେଇ ଉତ୍ସାହର ସହ ପଡ଼ିଆକୁ ଓହ୍ଲାଇଥିଲା। ନେଦରଲାଣ୍ଡସ ପ୍ରାରମ୍ଭରୁ ଆକ୍ରମଣାତ୍ମକ ଖେଳ ଆପଣାଇଥିଲା। ୨ ମିନିଟ୍‍ରେ ନେଦରଲାଣ୍ଡସର ଏକ ସଟ୍‍କୁ ଭାରତୀୟ ଗୋଲକିପର ଶ୍ରୀଜେଶ ସୁନ୍ଦର ଭାବେ ଗୋଲରୁ ରକ୍ଷା କରିଥିଲେ। ୪ ମିିନିଟ୍‍ରେ ଭାରତ ଗୋଲ ଦେବା ନେଇ ସୁବର୍ଣ୍ଣ ସୁଯୋଗ ପାଇଥିଲେ ମଧ୍ୟ ଲଳିତ ଉପାଧ୍ୟାୟ ଗୋଲ ଦେଇ ପାରିନଥିଲେ। ୯ ମିନିଟ୍‍ରେ ଭାରତକୁ ପ୍ରଥମ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହା ବେକାର ହୋଇଥିଲା। ୨ୟ କ୍ୱାର୍ଟରରେ ଭାରତ ମଧ୍ୟ ଆକମ୍ରଣାତ୍ମକ ଖେଳ ଆପଣାଇଥିଲା। ୨୫ ମିନିଟ୍‍ରେ ନେଦରଲାଣ୍ଡସକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ଭାନ୍‍ ଡର ୱିଡେନ ମିଙ୍କ ଗୋଲ୍‌ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ନେଦରଲାଣ୍ଡସର ଏହି ଖୁସିକୁ ଭାରତ ବେଶି ସମୟ ରଖିବାକୁ ଦେଇନଥିଲା। ୨୬ ମିନିଟ୍‍ରେ ଲଳିତ ଉପାଧ୍ୟାୟ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ୨୬ ମିନିଟ୍‍ରେ ନେଦରଲାଣ୍ଡସ ପକ୍ଷରୁ ଜୋରେନ୍‍ ହର୍ଜବର୍ଗର ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ୨୭ ମିନିଟ୍‍ରେ ନେଦରଲାଣ୍ଡସର ବ୍ୟୋନ୍ କିଲରମ୍ୟାନ ଗୋଲ୍‌ଦେଇ ଦଳକୁ ୩-୧ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ନେଦରଲାଣ୍ଡସ ୩-୧ ଗୋଲରେ ଆଗୁଆ ରହିଥିଲା। ୩ୟ କ୍ୱାର୍ଟରରେ ଭାରତ ମ୍ୟାଚକୁ ଫେରିବା ନେଇ ଉଦ୍ୟମ କରିଥିଲେ ମଧ୍ୟ ନେଦରଲାଣ୍ଡସ ଖେଳାଳି କୌଣସି ସୁଯୋଗ ଦେଇନଥିଲେ। ୩ୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା। ଅନ୍ତିମ କ୍ୱାର୍ଟରରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଖେଳିଥିଲେ। ୫୦ ମିନିଟ୍‍ରେ ଭାରତକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ମନଦୀପ୍‍ ସିଂହ ଗୋଲରେ ପରିଣତ କରି ସ୍କୋର୍‌କୁ ୨-୩ ସ୍ତରକୁ ଆଣିଥିଲେ। ଅନ୍ତିମ ୫ ମିନିଟ୍‍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଗୋଲ ବରାବର କରିବା ନେଇ ଭାରତ ଅଧିକ ବ୍ୟଗ୍ର ଥିବା ବେଳେ ନେଦରଲାଣ୍ଡସ ରକ୍ଷଣାତ୍ମକ ହୋଇଥିଲା। ୫୫ତମ ମିନିଟ୍‍ରେ ଭାରତକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ରୁପିନ୍ଦରପାଲ ସିଂହ ଗୋଲ୍‌ଦେଇ ସ୍କୋର୍‌କୁ ୩-୩ କରିଥିଲେ। ୫୮ ମିନିଟ୍‍ରେ ନେଦରଲାଣ୍ଡସକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ପି.ଆର୍‌. ଶ୍ରୀଜେଶ ବଞ୍ଚାଇ ଦେଇଥିଲେ।

- Advertisement -

ମ୍ୟାଚ ୩-୩ ଗୋଲ୍‌ରେ ଶେଷହେବାରୁ ପେନାଲ୍‌ଟି ସୁଟ୍‍ଆଉଟ୍‍ ହୋଇଥିଲା। ଏଥିରେ ଭାରତ ୩-୧ରେ ବିଜୟୀ ହୋଇଥିଲା। ଭାରତ ପକ୍ଷରୁ ଗୁରଜାଣ୍ଟ ସିଂହ, ବିବେକ ପ୍ରସାଦ ଓ ଆକାଶଦୀପ ସିଂହ ଗୋଲ ଦେଇଥିବାବେଳେ ରୁପିନ୍ଦରପାଲ ସିଂହ ଓ ହରମନପ୍ରୀତ ସିଂହ ମିସ୍‍ କରିଥିଲେ। ନେଦରଲାଣ୍ଡସ ପକ୍ଷରୁ ମିର୍କୋ ପୂଜସେରା ଏକମାତ୍ର ଗୋଲ ଦେଇଥିବା ବେଳେ ଭାରତ ଗୋଲ୍‌ରକ୍ଷକ ପି.ଆର୍‌. ଶ୍ରୀଜେଶ ୩ଟି ଗୋଲ୍‌ ରୋକିବାରେ ସକ୍ଷମ ହୋଇଥିଲେ। ରୁପିନ୍ଦର ସିଂହଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରା ଯାଇଥିଲା। ଭାରତ ୨ୟ ରାଉଣ୍ଡ ମ୍ୟାଚ୍‌ ଫେବୃଆରୀ ୮ ଓ ୯ରେ କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱ ଚମ୍ପିଆନ ବେଲଜିୟମ ବିପକ୍ଷରେ ଖେଳିବ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories