www.samajalive.in
Wednesday, December 10, 2025
26.1 C
Bhubaneswar

​ରୋହିତଙ୍କ ଆଉ ଏକ ରେକର୍ଡ ; କମ୍ ଇନିଂସ ଖେଳି ସଂଗ୍ରହ କଲେ ୯୦୦୦ ରନ୍

ବେଙ୍ଗାଲୁରୁ : ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ତଥା ଓପନର ରୋହିତ ଶର୍ମା ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ବେଙ୍ଗାଲୁରୁ ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚରେ ୪ ରନ୍‍ କରିବା ସହ ଏହି ରେକର୍ଡ ସ୍ଥାପନ କରିଛନ୍ତି । ଏହି ରେକର୍ଡ କରି ସେ କିମ୍ବଦନ୍ତୀ କ୍ରିକେଟର ସଚ୍ଚିନ ତେନ୍ଦୁଲକର,ସୌରଭ ଗାଙ୍ଗୁଲୀ ଏବଂ ବ୍ରାୟନ ଲାରାଙ୍କୁ ପଛରେ ପକାଇ ଦେଇଛନ୍ତି ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ତିନିଜଣ ପ୍ରସିଦ୍ଧ ଖେଳାଳୀଙ୍କଠାରୁ କମ୍‍ ଇନିଂସ ଖେଳି ରୋହିତ ଏହି ରନ୍‍ କରିଛନ୍ତି । ସେ ୨୧୭ଟି ଇନିଂସ ଖେଳି ୯୦୦୦ ରନ୍‍ କରିଛନ୍ତି।  ସୌରଭ ଗାଙ୍ଗୁଲୀ ୨୨୮ଟି ଇନିଂସ, ସଚ୍ଚିନ ତେନ୍ଦୁଲକର ୨୩୫ ଏବଂ ବ୍ରାୟନ ଲାରା ୨୩୯ଟି ପାଳି ଖେଳି ୯୦୦୦ ରନ ସଂଗ୍ରହ କରିଥିଲେ।
ତେବେ ଦ୍ରୁତ ୯୦୦୦ ରନ ସଂଗ୍ରହ କରିଥିବା ବିରାଟ କୋହଲି ୧୯୪ ଟି ଇନିଂସରେ ଏହି ଉପଲବ୍ଧି ହାସଲ କରିଥିଲେ । ସେହିପରି ଦକ୍ଷିଣ ଆଫ୍ରିକାର ଏବି ଡିବିିଲିୟର୍ସ ୨୦୫ଟି ଇନିଂସରେ ୯୦୦୦ ରନ ସଂଗ୍ରହ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories