www.samajalive.in
Wednesday, December 10, 2025
26.1 C
Bhubaneswar

ଟ୍ରାଫିକ ନିୟମ ମାନନ୍ତୁ ଓଡିଶାକୁ ଦୁର୍ଘଟଣା ମୁକ୍ତ କରାନ୍ତୁ: ପରିବହନ ମନ୍ତ୍ରୀ

ଭୁବନେଶ୍ବର: ରବିବାର ଉଦଯାପିତ ହୋଇଛି ୩୧ତମ ସଡକ ସୁରକ୍ଷା ସପ୍ତାହ। ଏହି ଅବସରରେ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଠାରେ ଆୟୋଜିତ ହୋଇଥିବା କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ରାଜ୍ୟବାସୀଙ୍କୁ ଟ୍ରାଫିକ ନିୟମ ମାନିବା ପାଇଁ ଅନୁରୋଧ କରିଥିଲେ। ରାଜ୍ୟବାସୀ ଟ୍ରାଫିକ ନିୟମ ମାନିଲେ ରାଜ୍ୟ ଦୁର୍ଘଟଣା ମୁକ୍ତ ହୋଇପାରିବ। ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଆମର ଲକ୍ଷ୍ୟ ରାଜ୍ୟରେ ସଡକ ଦୁର୍ଘଟଣାକୁ ୫୦ ପ୍ରତିଶତ କମ୍ କରିବା। ଆଉ ଏଥିପାଇଁ ପରିବହନ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବା ଉଚିତ, ଓଡ଼ିଶାରେ ଏହାକୁ କଡ଼ାକଡ଼ି ପାଳନ କରାଯିବ।

ଆଜିର ଏହି କାର୍ୟ୍ୟକ୍ରମରେ ମନ୍ତ୍ରୀ ଇ-ଚେକ ଗେଟ ବ୍ୟବସ୍ଥାର ଶୁଭାରମ୍ଭ କରିବା ସହ ମୋବାଇଲ ସିଟିଜେନ ରିପୋର୍ଟିଂ ଆପ ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଇ-ଚେକ ଗେଟ ମାଧ୍ୟମରେ ଏଣିକି ଅନ୍ୟ ରାଜ୍ୟର ଗାଡ଼ି ଓଡ଼ିଶା ଆସିବା ପୂର୍ବରୁ ଅନଲାଇନରେ ଗେଟ ପ୍ରବେଶ ହୋଇ ପାରିବ। ମୋବାଇଲ ସିଟିଜେନ ରିପୋର୍ଟିଂ ଆପ ସେବା ମାଧ୍ୟମରେ ଟ୍ରାଫିକ ନିୟମ ଉଲଂଘନ କାରୀଙ୍କୁ ଧରିବା ସୁବିଧା ହେବ। ଜଣେ ସାଧାରଣ ନାଗରିକ ମଧ୍ୟ ଟ୍ରାଫିକ ନିୟମ ଉଲଂଘନ କରୁଥିବା ଗାଡି ଚାଳକଙ୍କ ଫଟୋ ସିଧାସଳଖ ଆପ ମାଧ୍ୟମରେ ପଠାଇ ପାରିବେ। ଯାହା ପାଇବା ପରେ ଟ୍ରାଫିକ ପୁଲିସ ଉଲଂଘନ କାରୀଙ୍କୁ ଧରିବା ସହ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories