ଚେନ୍ନଇ: ତାମିଲନାଡ଼ୁରେ ଶ୍ରୀଲଙ୍କା ନୌସେନା ଗୁଳିରେ ଜଣେ ଭାରତୀୟ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଛନ୍ତି। ରାମେଶ୍ବରମ ସିଆଇଡି କ୍ୟୁ ଶାଖା ପୁଲିସ କହିଛି ଯେ, ପୁଦୁକୋଟ୍ଟଇ ଜିଲ୍ଲାର କୋଡ଼ିୟାକରାଇ ସମୁଦ୍ର ଅଞ୍ଚଳରେ ଘଟିଛି ଏହି ଘଟଣା।
ସୂଚନା ଅନୁସାରେ, ୩୨ ବର୍ଷିୟ ମତ୍ସ୍ୟଜୀବୀ କେ ବୀରଭେଲ ତାଙ୍କ ଅନ୍ୟ ୧୦ଜଣ ସାଥୀଙ୍କ ସହ ମାଛ ଧରୁଥିଲେ। ଏହି ସମୟରେ ଶ୍ରୀଲଙ୍କା ନୌସେନା ପକ୍ଷରୁ ହୋଇଥିବା ଗୁଳି ଚାଳନାରେ ସେ ଗୁରୁତର ଆହତ ହୋଇଥିଲେ।



