ସେନା ବ୍ୟବହାର କରିବ ଇଲେକ୍ଟ୍ରିକ୍ ବସ୍
ଡେସ୍କ: ଭାରତୀୟ ସେନା ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ ନିଜର ସୈନ୍ୟଙ୍କ ଗମନାଗମନ ପାଇଁ ଇଲେକ୍ଟ୍ରିକ୍ ବସ୍ ବ୍ୟବହାର କରିବ। ବିଇ କମର୍ସିଆଲ ଭେଇକିଲ୍ ଲିମିଟେଡ୍ ନୂଆଦିଲ୍ଲୀର ମାନେକଶା କେନ୍ଦ୍ରରେ ଉପସେନାଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ଏମଭି ସୁଚିନ୍ଦ୍ର କୁମାରଙ୍କୁ ଇଲେକ୍ଟ୍ରିକ୍ ବସ୍ ହସ୍ତାନ୍ତର କରାଯାଇଛି। ୨୦୧୯ ପୂର୍ବରୁ ଭାରତୀୟ ସ୍ଥଳ ସେନା ଇଲେକ୍ଟ୍ରିକ୍ କାର୍ ବ୍ୟବହାର କରିଆସୁଛି। ଏହି ପଦକ୍ଷେପ “ଗୋ ଗ୍ରୀନ୍” ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବ।
Comments are closed.