www.samajalive.in
Friday, December 12, 2025
16.1 C
Bhubaneswar

ଭାରତୀୟ ସେନାକୁ ମିଳିଲା ନୂଆ ଇସ୍ରାଏଲି ହେରୋନ ଡ୍ରୋନ: ଲଦାଖ ସେକ୍ଟରରେ ମୁତୟନ ହେବ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ କାରଣରୁ କିଛି ମାସ ବିଳମ୍ବରେ ଭାରତୀୟ ସେନାର ସତର୍କ ଦୃଷ୍ଟି ନିରୀକ୍ଷଣ କ୍ଷମତା ବୃଦ୍ଧି କରିବାକୁ ଇସ୍ରାଏଲ ନିର୍ମିତ ନୂଆ ହେରୋନ ଡ୍ରୋନ ମିଳିଛି । ଜରୁରୀକାଳୀନ ଯୁଦ୍ଧାସ୍ତ୍ର ସଂଗ୍ରହ ଯୋଜନାରେ ଇସ୍ରାଏଲ ନିକଟରୁ ଏହି ଡ୍ରୋନ ଖରିଦ କରାଯାଇଛି । ଏହା ଲଦାଖ ସେକ୍ଟରରେ ଚୀନର ବର୍ଦ୍ଧିତ କାର୍ଯ୍ୟକଳାପ ଉପରେ ନଜର ରଖିପାରିବ ବୋଲି କୁହାଯାଉଛି । ଇତିମଧ୍ୟରେ ଏହି ଡ୍ରୋନ ଭାରତରେ ଆସି ପହଞ୍ଚିସାରିଛି ଏବଂ ସେଗୁଡିକୁ ଲଦାଖ ସେକ୍ଟରରେ ମୁତୟନ କରାଯାଉଥିବା ସରକାରୀ ସୂତ୍ରରୁ କୁହାଯାଇଛି ।
ଭାରତ ନିକଟରେ ପୂର୍ବରୁ ଥିବା ହେରୋନ ଡ୍ରୋନଗୁଡିକ ତୁଳନାରେ ନୂଆ ଡ୍ରୋନଗୁଡିକ ଅଧିକ ଉନ୍ନତ ଏବଂ ଏଗୁଡିକର ଆଣ୍ଟି ଜାମିଂ କୌଶଳ ପୂର୍ବ ଡ୍ରୋନଗୁଡିକ ତୁଳନାରେ ଅଧିକ ଉନ୍ନତ । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ଭାରତୀୟ ପ୍ରତିରକ୍ଷା ବାହିନୀକୁ ଜରୁରୀକାଳୀନ ଯୁଦ୍ଧାସ୍ତ୍ର ଖରିଦ କରିବା ନିମନ୍ତେ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷମତା ପ୍ରଦାନ କରିଛନ୍ତି । ତଦନୁଯାୟୀ ପ୍ରତିରକ୍ଷା ବାହିନୀ ବିଭିନ୍ନ ଯୁଦ୍ଧ ସରଞ୍ଜାମ ଖରିଦ କରୁଛି । ଏକ ସୂତ୍ର ଅନୁଯାୟୀ ଭାରତୀୟ ସେନା ସ୍ୱଦେଶୀ କମ୍ପାନୀଗୁଡିକ ନିକଟରୁ କ୍ଷୁଦ୍ର ଡ୍ରୋନ ମଧ୍ୟ ଖରିଦ କରୁଛି । ଏହା ପୂର୍ବରୁ ବାଲାକୋଟ ଆକ୍ରମଣ ପରେ ଭାରତୀୟ ସେନାକୁ ଅନୁରୂପ କ୍ଷମତା ଦିଆଯାଇଥିଲା ଏବଂ ପାକିସ୍ତାନରେ ଥିବା ଆତଙ୍କି ଶିବିର ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଥିଲା । ଭାରତୀୟ ସେନା ଏହାକୁ ପ୍ରଦାନ କରାଯାଇଥିବା କ୍ଷମତାର ଉପଯୋଗ କରି ନୌବାହିନୀ ପାଇଁ ଦୁଇଟି ପ୍ରିଡେଟର ଡ୍ରୋନ ଆମେରିକୀୟ ସଂସ୍ଥା ଜେନେରାଲ ଆଟମିକ୍ସ ଠାରୁ ଖରିଦ କରିଛି । ଏଥିସହିତ ବାୟୁସେନା ମଧ୍ୟ ବହୁ ସଂଖ୍ୟକ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର, ଦୀର୍ଘଦୂରଗାମୀ ପ୍ରିସିସନ ଗାଇଡେଡ ଆର୍ଟିଲେରୀ ଶେଲ, ଆକାଶରୁ ଭୂପୃଷ୍ଠକୁ ମାଡ କରାଯାଇପାରୁଥିବା ହାମର କ୍ଷେପଣାସ୍ତ୍ର ଆଦି ଖରିଦ କରିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories