www.samajalive.in
Thursday, December 11, 2025
15.1 C
Bhubaneswar

ପରମ ବୀର ସିଂହ, ସଚିନ ୱାଜେ ଆଣ୍ଟିଲିଆ ବୋମା ଆତଙ୍କର ଯୋଜନା ପ୍ରସ୍ତୁତ କରିଥିଲେ- ନୱାବ ମଲିକ

ମମ୍ବଇ: ମୁମ୍ବଇର ପୂର୍ବତନ ପୁଲିସ ଆୟୁକ୍ତ ପରମ ବୀର ସିଂହ ଏବଂ ନିଲମ୍ବିତ ପୁଲିସ ଅଧିକାରୀ ସଚିନ ୱାଜେ ଆଣ୍ଟିଲିଆ ବୋମା ଆତଙ୍କର ଯୋଜନା ପ୍ରସ୍ତୁତ କରିଥିବା ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ତଥା ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ନୱାବ ମଲିକ । ମଙ୍ଗଳବାର ଏକ ସାମ୍ବାଦିକ ସମ୍ମଳନୀରେ ପ୍ରକାଶ କରି ସେ କହିଛନ୍ତି ଯେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସଚିନ ୱାଜେଙ୍କ ବାସଭବନରୁ ଏକ ପାସପୋର୍ଟ ଜବତ କରିଛି, ଯେଉଁଥିରେ ପାକିସ୍ତାନକୁ ନକଲି ପ୍ରବେଶ ଷ୍ଟାମ୍ପ ରହିଛି ।
ସେ କହିଛନ୍ତି, ପରମ ବୀର ସିଂହ ଏବଂ ସଚିନ ୱାଜେ ଆଣ୍ଟିଲିଆ ବୋମା ଆତଙ୍କର ଯୋଜନା କରିଥିଲେ । ସେମାନେ ମଧ୍ୟ ମନସୁଖ ହିରେନଙ୍କୁ ଏନକାଉଣ୍ଟର କରିବାର ନକଲି ଯୋଜନା ପ୍ରସ୍ତୁତ କରି ତାଙ୍କ ଉପରେ ଏକ ଜାଲ ପାସପୋର୍ଟ ରଖିଥିଲେ, ଯେଉଁଥିରେ ପାକିସ୍ତାନର ପ୍ରବେଶ ଓ ପ୍ରସ୍ଥାନ ଷ୍ଟାମ୍ପ ଲାଗିଥିଲା । ସେ ଆଉ ମଧ୍ୟ କହିଛନ୍ତି ଯେ ଆଣ୍ଟିଲିଆ ବୋମା ଆତଙ୍କ ଘଟଣାର ବିସ୍ତୃତ ତଥ୍ୟ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଜଣାପଡିବ । ନୱାବ ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ଜଣେ ଗୁଣ୍ଡା ନାମରେ ନକଲି ପାସପୋର୍ଟ ପ୍ରସ୍ତୁତ କରାଯିବା ସହିତ ବ୍ୟବସାୟୀ ମନସୁଖ ହିରେନ ପାକିସ୍ତାନକୁ ମିଛରେ ପ୍ରବେଶ କରିବା ନେଇ ଏକ ମିଥ୍ୟା ପାସପୋର୍ଟରେ ଦର୍ଶାଯାଇଥିଲା । ପରମ ବୀର ସିଂହ ଏବଂ ସଚିନ ୱାଜେଙ୍କ ଦ୍ୱାରା ପାସପୋର୍ଟ ପ୍ରସ୍ତୁତ କରାଯାଇଥିଲା । ମନସୁଖ ହିରେନଙ୍କୁ ହତ୍ୟା କରାଯାଇନଥିଲେ କିମ୍ବା ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ଏହି ଦୁଇଜଣ ତାଙ୍କ ଏକ ନକଲି ଏନକାଉଣ୍ଟରରେ ମାରିଦେବା ଯୋଜନା କରିଥିଲେ । ସୂଚନାଯୋଗ୍ୟ ଯେ ମୁକେଶ ଅମ୍ବାନିଙ୍କ ବାସଭବନ ଆଣ୍ଟିଲିଆ ବାହାରେ ବିସ୍ଫୋରକ ବୋଝେଇ ଏକ ଚାରିଚକିଆ ଗାଡି ୨୦୨୧ ଫେବ୍ରୁଆରୀ ୨୫ ତାରିଖରେ ମିଳିଥିଲା । ପୁଲିସ ତାହା ଭିତରୁ ୨୦ଟି ଜିଲାଟିନ ଛଡ ଜବତ କରିଥିଲା ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories