www.samajalive.in
Saturday, December 6, 2025
15.1 C
Bhubaneswar

ନୂଆବର୍ଷ ପୂର୍ବରୁ ପାକ୍‌ ସେନା ଅତିକ୍ରମ କଲା ଏଲଓସି

ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ ଭାରତ ସୀମା ମଧ୍ୟରେ ପ୍ରବେଶ କରି ଆତଙ୍କ ସୃଷ୍ଟି କରିବାର ପ୍ରୟାସକୁ ଭାରତୀୟ ସେନା ଭଣ୍ଡୁର କରିଦେଇଛି। ଭାରତୀୟ ସୀମାରେ ଅବସ୍ଥିତ ଲାଇନ ଅଫ କଣ୍ଟ୍ରୋଲ(ଏଲଓସି)ରେ ୩୦ଡିସେମ୍ବରରେ ନୌଗାମ ସେକ୍ଟର ଠାରେ ଭାରତୀୟ ସେନା ସହ ପାକିସ୍ତାନର ବୋର୍ଡ଼ର ଅଫ ଏକ୍ସନ ଟିମ୍‍ ସଂଘର୍ଷ ହୋଇଥିଲା। ଭାରତୀୟ ସୀମା ମଧ୍ୟରେ ପ୍ରବେଶ କରିଥିବା ପାକ୍‍ ସେନା ତଥା ଅନୁପ୍ରବେଶକାରୀଙ୍କୁ ମାରି ସେମାନଙ୍କ ନିକଟରୁ ବ୍ୟାପକ ପରିମାଣର ଯୁଦ୍ଧାସ୍ତ୍ର ଜବତ୍‍ କରିଛି ଭାରତୀୟ ସେନା।
ମିଳିଥିବା ସୂଚନା ଅନୁଯାୟୀ ଭାରତ-ପାକ୍‍ ସୀମା ସଂଲଗ୍ନ ଜଙ୍ଗଲରେ ବ୍ୟାପକ ମାତ୍ରାରେ ପାକିସ୍ତାନର ବୋର୍ଡ଼ର ଅଫ ଏକ୍ସନ ଟିମ୍‍ ଏକତ୍ରିତ ହୋଇଥିଲେ। ସେମାନଙ୍କୁ ଭାରତୀୟ ସୀମା ମଧ୍ୟରେ ପ୍ରବେଶ କରାଇବା ନିମନ୍ତେ ପାକ୍‍ ସେନା ପକ୍ଷରୁ ସୀମା ଅପରପାର୍ଶ୍ବରୁ ସେନାଙ୍କ ଉପରେ ଗୁଳି ମାଡ଼ କରାଯାଇଥିଲା। ଉଭୟ ପାର୍ଶ୍ବରୁ ଗୁଳି ବିନିମୟ ଚାଲିଥିବାବେଳେ ଏହାର ସୁଯୋଗ ନେଇ ପାକ୍‍ ବୋର୍ଡ଼ର ଅଫ ଏକ୍ସନ ଟିମ୍‍ ଭାରତୀୟ ସୀମା ମଧ୍ୟରେ ପ୍ରବେଶ କରିଥିଲେ। ପାକିସ୍ତାନର ବୋର୍ଡ଼ର ଅଫ ଏକ୍ସନ ଟିମ ସୀମାର ୩୦୦ମିଟର ଭିତରକୁ ଚାଲି ଆସିବାକୁ ସଫଳ ହୋଇଥିଲେ। ସେମାନେ ଭାରତୀୟ ସେନା ଛାଉଣି ଉପରେ ଆକ୍ରମଣ ଅଭିପ୍ରାୟରେ ଆସିଥିବା ସନ୍ଦେହ କରାଯାଉଛି। ସେମାନଙ୍କ ନିକଟରୁ ଉଦ୍ଧାର ହୋଇଥିବା ଯୁଦ୍ଧାସ୍ତ୍ରରୁ ଏଭଳି ସନ୍ଦେହ କରାଯାଉଛି। ତେବେ ଭାରତୀୟ ସେନା ଉକ୍ତ ଜଙ୍ଗଲକୁ ଚାରିପଟୁ ଘେରି ନେଇ ପ୍ରବେଶ କରିଥିବା ପାକିସ୍ତାନୀ ବୋର୍ଡ଼ର ଅଫ ଏକ୍ସନ ଟିମକୁ ମାରିବାରେ ସଫଳ ହୋଇଥିଲେ। ସେମାନେ ପାକିସ୍ତାନ ସେନାଙ୍କ ପୋଷାକ ପିନ୍ଧିଥିଲେ। ପାକିସ୍ତାନର ଏହି ବୋଡ଼ର ଅଫ ଏକ୍ସନ ଟିମର ଗଠନ ୨୦୧୩ରେ ହୋଇଥିଲା। ଏଲଓସିର ୩କି.ମି ମଧ୍ୟରେ ପ୍ରବେଶ କରି ଭାରତୀୟ ସୀମାରେ ଆତଙ୍କ ସୃଷ୍ଟି କରିବା ଏହି ଟିମର ଉଦ୍ଦେଶ୍ୟ। ଏହି ଟିମକୁ ପାକ୍‍ ସେନା ତାଲିମ ଦେଉଥିଲେ ମଧ୍ୟ ସେମାନଙ୍କୁ ପାକ୍‍ ସେନା ଭାବେ ପରିଚୟ ପ୍ରଦାନ କରାଯାଇ ନଥାଏ। ମୁଖ୍ୟତଃ ଭାରତରେ ପ୍ରବେଶ କରୁଥିବା ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ଓ ସେନାଙ୍କୁ ବିଚଳିତ କରି ଆତଙ୍କବାଦୀଙ୍କୁ ଭାରତରେ ପ୍ରବେଶ କରାଇବା ଏହି ଟିମର ଉଦ୍ଦେଶ୍ୟ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories