www.samajalive.in
Saturday, December 6, 2025
15.1 C
Bhubaneswar

ଫେସବୁକ୍‍, ପବ୍‍ଜୀ ଓ ଟିଣ୍ଡର ଭଳି ୮୯ଟି ଆପ୍‍ ଡିଲିଟ୍‍ କରିବାକୁ ଭାରତୀୟ ଯବାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ସେନା ନିଜ ଯବାନମାନଙ୍କୁ ସ୍ମାର୍ଟଫୋନରୁ ୮୯ଟି ଆପ୍‍ ଡିଲିଟ୍‍ କରିବାକୁ ନିର୍ଦ୍ଦେଶ ଦେଇଛି। ମିଳିଥିବା ସୂଚନା ମୁତାବକ, କୌଣସି ତଥ୍ୟ କିମ୍ବା ସୂଚନା ଯେପରି ଲିକ୍‍ ନ ହେବ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ଏହି ଆପ୍‍ଗୁଡ଼ିକ ମଧ୍ୟରେ ଟିକ୍‍ଟକ୍‍, ଟ୍ରୁକଲର ଓ ଇନ୍‍ଷ୍ଟାଗ୍ରାମ ଆଦିର ନାଁ ମଧ୍ୟ ସାମିଲ ଅଛି। ଏନେଇ ନିକଟରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଯବାନମାନଙ୍କୁ ଟିଣ୍ଡର ଭଳି ଡେଟିଂ ଆପ୍‍ ଓ ଡେଲୀହଣ୍ଟ ଭଳି ସମାଚାର ଆପ୍‍ ମଧ୍ୟ ଡିଲିଟ୍‍ କରିବାକୁ କୁହାଯାଇଛି।

ଅନ୍ୟାନ୍ୟ ଆପ୍‍ଗୁଡ଼ିକ ମଧ୍ୟରେ ଫେସବୁକ୍‍, ଭିଚାଟ୍‍, ହାଇକ୍‍, ଲାଇକୀ, ଶେୟାରଇଟ୍‍, ୟୁସି ବ୍ରାଉଜର, ବିଗୋ ଲାଇଭ, ଜୁମ୍‍, କ୍ୟାମ୍‍ସ୍କାନର, ବ୍ୟୁଟି ପ୍ଲସ, ପବଜୀ ସମେତ ଟେନ୍‍ସେଣ୍ଟ୍‍ର ସମସ୍ତ ଗେମିଂ ଆପ୍‍, କ୍ଲବ ଫ୍ୟାକ୍ଟ୍ରୀ, ହେପ୍ପନ୍‍, ବମ୍ବଲ, ୩୬୦ ସିକ୍ୟୁରିଟୀ, ପ୍ରତିଲିପି, ହଙ୍ଗାମା ଆଦି ଆପ୍‍ର ନାଁ ସାମିଲ ଅଛି।

- Advertisement -


ସୂଚନାଯୋଗ୍ୟ, ଡାଟା ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ପୂର୍ବରୁ ଚୀନର ୫୯ଟି ଆପ୍‍ ଉପରେ ପ୍ରତିବନ୍ଧ ଲଗାଇ ସାରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories