www.samajalive.in
Saturday, December 6, 2025
23.1 C
Bhubaneswar

ଭାରତୀୟ ବାୟୁସେନାରେ ସାମିଲ ହେଲା ଚିନୁକ ସିଏଚ-୪୭ ହେଲିକପ୍ଟର

ନୂଆଦିଲ୍ଲୀ : ପ୍ରାୟ ୧୧ ହଜାର କେଜି ଅସ୍ତ୍ରଶସ୍ତ୍ର ଏବଂ ସୈନିକ ନେବାର ସକ୍ଷମ ରଖିଥିବା ଆମେରିକାର ଅତ୍ୟାଧୁନିକ ଚିନୁକ ସିଏଚ-୪୭ ହେଲିକପ୍ଟରକୁ ସୋମବାର ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି । ଏହା  ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବ୍ୟବହାର କରାଯିବ । ୧୫ଟି ଅତ୍ୟାଧୁନିକ ଚିନୁକ ସିଏଚ-୪୭ ହେଲିକପ୍ଟର କିଣାଯାଇଥିବା ବେଳେ ୪ଟି ହେଲିକପ୍ଟର ଆଜି ଭାରତରେ ପହଞ୍ଚିଛି । ଏହି ହେଲିକପ୍ଟର ଛୋଟ ହେଲିପ୍ୟାଡ ଓ ଘାଟିରେ ମଧ୍ୟ ଅବତରଣ କରିପାରିବ । ବିଶ୍ବର ୧୯ଟି ଦେଶରେ ଏହି ହେଲିକପ୍ଟରକୁ ବ୍ୟବହାର କରାଯାଇଛି ।

ଚିନୁକ ସିଏଚ-୪୭ ହେଲିକପ୍ଟରରେ କମନ ଏଭିଏସନ ଆର୍କିଟେକ୍ଚର କକପିଟ ଏବଂ ଏଡଭାନ୍ସ କକପିଟ ଭଳି ବିଶେଷ ସୁବିଧା ରହିଛି । ଏହି ହେଲିକପ୍ଟରରେ ଗୋଟିଏ ଥରରେ ଗୋଳା ବାରୁଦ, ଅସ୍ତ୍ରଶସ୍ତ୍ର ଏବଂ ସୈନ୍ୟମାନେ ମଧ୍ୟ ଯାତାୟତ କରି ପାରିବେ । ଏହାକୁ ରାଡର ସାହାଯ୍ୟରେ ମଧ୍ୟ ଧରିବା କଷ୍ଟସାଧ୍ୟ ।

- Advertisement -

ଏହି ହେଲିକପ୍ଟର ଓଜନିଆ ମେସିନ ଓ ଟ୍ୟାଙ୍କରକୁ ମଧ୍ୟ ଉଠାଇ ନେବାର ସକ୍ଷମ ହୋଇଥିବା ବେଳେ ୨୦୦୦୦ ପୁଟ ଉଚ୍ଚତା ପର୍ୟ୍ୟନ୍ତ ଉଡିବାର କ୍ଷମତା ରହିଛି । ଏହା ୧୦ ଟନ ପର୍ୟ୍ୟନ୍ତ ଓଜନ ଉଠାଇ ନେଇ ପାରିବ । ଏହାର ଉଚ୍ଚତା ୧୮ ଫୁଟ ଏବଂ ଲମ୍ବ ୧୬ ଫୁଟ । ଚିନୁକ ସିଏଚ-୪୭ ହେଲିକପ୍ଟରକୁ ଦୁଇ ଜଣ ପାଇଲଟ ଉଡାଇ ପାରିବେ ।

ଚିନୁକ ସିଏଚ-୪୭ ହେଲିକପ୍ଟର ଆମେରିକା ବାୟୁସେନା ୧୯୬୨ ମସିହାରେ ବ୍ୟବହାର କରିଥିଲା। ଏପର୍ଯ୍ୟନ୍ତ କମ୍ପାନୀ ମୋଟ୍ ୧୧୭୯ଟି ଚିନୁକ ହେଲିକପ୍ଟର ନିର୍ମାଣ କରିଛି । ଖରାପ ପାଗରେ ମଧ୍ୟ ଏହି ହେଲିକପ୍ଟର ଉଡାଣ ଭରିପାରିବ । ଏହି ହେଲିକପ୍ଟର ଘଣ୍ଟା ପ୍ରତି ୩୧୫ କିମି ବେଗରେ ଉଡିପାରିବ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories