www.samajalive.in
Saturday, December 6, 2025
16.1 C
Bhubaneswar

ଆଜି ଭାରତରେ ପହଞ୍ଚିବ ଆଉ ୩ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବୁଧବାର ଦିନ ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚୁଛି। ଏହି ବିମାନର ଆଗମନ ସହିତ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇବା ସହ ଯୁଦ୍ଧକ୍ଷେତ୍ରରେ ଶତ୍ରୁମାନଙ୍କୁ  ଧୂଳି ଚଟାଇବ ଏହି ଯୁଦ୍ଧ ବିମାନ । ପୂର୍ବଥର ପରି ଏଥର ମଧ୍ୟ ୩ଟି ଯାକ ରାଫେଲ ଜେଟ୍‌ ହରିଆଣା ସ୍ଥିତ ଅମ୍ବାଲା ଏୟାରବେସ୍‌ରେ ଭାରତୀୟ ମାଟିକୁ ସ୍ପର୍ଶ କରିବ। ବୁଧବାର ସନ୍ଧ୍ୟା ସୁଦ୍ଧା ରାଫେଲ ଭାରତରେ ପହଞ୍ଚି ସାରିଥିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ସୂଚନାନୁସାରେ, ଫ୍ରାନ୍ସରୁ ଉଡ଼ାଣ ଭରିବା ପରେ ଏହି ତିନୋଟି ରାଫେଲ ଯୁଦ୍ଧ ବିମାନ ରାସ୍ତାରେ କୌଣସି ସ୍ଥାନରେ ନଅଟକି ସିଧା ଭାରତରେ ପହଞ୍ଚିବ। ପୂର୍ବରୁ ଫ୍ରାନ୍ସରୁ ଆସିଥିବା ରାଫେଲ ଯୁଦ୍ଧ ବିମାନ ବାଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଅଟକିଥିଲା। ଭାରତରେ ଗତ ଜୁଲାଇ ୨୮ରେ ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଫ୍ରାନ୍ସ ସରକାର ପ୍ରଥମ ଦଫାରେ ୫ଟି ରାଫେଲ ଯୁଦ୍ଧ ବିମାନ‌ ଭାରତକୁ ଦେଇଥିଲେ। ଏହା ବିଧିବଦ୍ଧ ଭାବେ ସେପ୍ଟେମ୍ବର ୧୦ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା। ଏହି ୫ଟି ରାଫେଲ ଯୁଦ୍ଧ ବିମାନ ବର୍ତ୍ତମାନ ଲଦାଖରେ ମୁତୟନ କରାଯାଇଛି। ଚାଇନା ସହ ସୀମା ବିବାଦ ବଢ଼ୁଥିବାରୁ ଭାରତ ସରକାର ରାଫେଲକୁ ଲଦାଖରେ ହିଁ ରଖିଛନ୍ତି।

- Advertisement -

ତେବେ ଏବେ ଆସିବାକୁ ଥିବା ୩ଟି ରାଫେଲ ଯୁଦ୍ଧ ବିମାନ କେଉଁଠି ମୁତୟନ ହେବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଲାଗି ୨୦୧୬ରେ ଭାରତ ସରକାର ଫ୍ରାନ୍ସ ୫୯,୦୦୦ କୋଟି ଟଙ୍କାରେ ସହ ୩୬ଟି ରାଫେଲ ଜେଟ୍ କଣିବାକୁ ଚୁକ୍ତି କରିଥିଲେ।

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories