ରାଞ୍ଚି: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ଶନିବାରଠାରୁ ଆରମ୍ଭ ହୋଇଛି। ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଆରମ୍ଭରୁ ୨ଟି ୱିକେଟ ହରାଇଛି। ଦକ୍ଷିଣ ଆଫ୍ରିକା ବୋଲର କାସିଗୋ ରାବାଡା ଟିମ୍ ଇଣ୍ଡିଆ ଓପନର ମୟଙ୍କ ଅଗ୍ରୱାଲଙ୍କ ସହିତ ଚେତେଶ୍ଵର ପୂଜାରାଙ୍କୁ ଆଉଟ କରିଛନ୍ତି। ଦୁଇ ୱିକେଟ ହରାଇବା ପରେ ଅନ୍ୟତମ ଓପନର ରୋହିତ ଶର୍ମା ଏବଂ କ୍ୟାପଟେନ ବିରାଟ କୋହଲି ଇନିଂସ ସମ୍ଭାଳିବାକୁ ପ୍ରୟାସ ଚଳାଇଛନ୍ତି। ପ୍ରଥମ ସେସନରେ ୧୩ ଓଭର ଶେଷ ସୁଦ୍ଧା ଦଳ ୨ ୱିକେଟ ବିନିମୟରେ ୩୨ ରନ ସଂଗ୍ରହ କରିଛି। ରୋହିତ ଏବଂ ବିରାଟ ୧୧ ରନ ଲେଖାଏ କରି ଖେଳୁଛନ୍ତି।
ସୂଚନାଯୋଗ୍ୟ, ପ୍ରଥମ ୨ଟି ମ୍ୟାଚରେ ଟିମ ଇଣ୍ଡିଆ ବିଜୟୀ ହେବା ସହିତ ସିରିଜ କବ୍ଜା କରିସାରିଛି। ୩ୟ ଟେଷ୍ଟରେ ଭାରତ ବିଜୟ ହାସଲ କରି ସିରିଜକୁ କ୍ଲିନ ସୁଇପ୍ କରିବା ଲକ୍ଷ୍ୟ ରଖିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ସାନ୍ତ୍ବନାମୂଳକ ଭାବେ ପ୍ରଥମ ବିଜୟ ଅପେକ୍ଷାରେ ରହିଛି।



