www.samajalive.in
Monday, December 15, 2025
16.1 C
Bhubaneswar

ଅନ୍ତିମ ଟେଷ୍ଟ ଜିତିଲା ଭାରତ, ୨-୨ରେ ସିରିଜ ବରାବର

ସମାଜ ଡିଜିଟାଲ ଡେସ୍କ: ଓଭାଲରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟରେ ବିଜୟୀ ହୋଇଛି ଭାରତ। ଘରୋଇ ଦଳକୁ ଟିମ ଇଣ୍ଡିଆ ୬ ରନରେ ପରାଜିତ କରିଛି। ରୋମାଞ୍ଚଭରା ଏହି ମ୍ୟାଚର ଅନ୍ତିମ ଦିବସରେ ଭାରତକୁ ବିଜୟ ପାଇଁ ୪ ଉଇକେଟ ଆବଶ୍ୟକ ଥିବାବେଳେ ଇଂଲଣ୍ଡକୁ ୩୫ ରନ ଦରକାର ପଡ଼ୁଥିଲା। ଭାରତୀୟ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରି ଶେଷ ଦିନରେ ୨୭ ରନ ଦେଇ ୪ ଉଇକେଟ ହାସଲ କରିନେଇଥିଲେ। ଇଂଲଣ୍ଡକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଯାହାଫଳରେ ୫ ମ୍ୟାଚ ବିଶିଷ୍ଟ ଏହି ସିରିଜ ୨-୨ରେ ବରାବର ରହିଛି।

୩୭୪ ରନର ବିଜୟ ଲକ୍ଷ୍ୟ ନେଇ ଘରୋଇ ଇଂଲଣ୍ଡ ୨ୟ ପାଳି ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ଆରମ୍ଭରୁ ବ୍ୟାଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ଜୋ ରୁଟ(୧୦୫) ଏବଂ ହ୍ୟାରି ବ୍ରୁକ(୧୧୧)ଙ୍କ ଶତକୀୟ ଇନିଂସ ଦଳକୁ ବିଜୟ ଅଭିମୁଖେ ନେଇଥିଲା। କିନ୍ତୁ ଉଭୟଙ୍କ ଉଇକେଟ ପତନ ପରେ ଭାରତୀୟ ବୋଲରମାନେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନଙ୍କୁ ଅକଳରେ ପକାଇ ଦେଇଥିଲେ। ଗୋଟିଏ ପରେ ଗୋଟିଏ ଉଇକେଟ ହରାଇଥିଲା ଘରୋଇ ଦଳ। ଶେଷରେ ୩୬୭ ରନରେ ଦଳ ଅଲଆଉଟ ହୋଇଯାଇଥିଲା।

- Advertisement -

ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୫ ଉଇକେଟ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା ୪ ଏବଂ ଆକାଶ ଦୀପ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories