ମୁମ୍ବଇ: ବିଶ୍ୱକପ କ୍ରିକେଟ। ଆଜି ୱାଙ୍ଖଡ଼େରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟକ୍କର। ପ୍ରଥମେ ଟସ୍ ଜିତି ଶ୍ରୀଲଙ୍କା ବୋଲିଂ କରିବା ନେଇ ନିଷ୍ପତ୍ତି ନେଇଛି। ଭାରତ ବ୍ୟାଟିଂ କରିବ। ଭାରତ ଦଳ ଅପରିବର୍ତ୍ତିତ ରହିଥିବା ବେଳେ ଶ୍ରୀଲଙ୍କା ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି।
ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ୧୩ତମ ସଂସ୍କରଣର ୩୩ ତମ ମ୍ୟାଚ ଗୁରୁବାର ମୁମ୍ବଇର ୱାଙ୍ଖଡେ ଷ୍ଟାଡ଼ିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଦୁଇ ଦଳ ସପ୍ତମ ଲିଗ୍ ମ୍ୟାଚ ଖେଳିବେ। ଭାରତ ଅପେକ୍ଷା ଶ୍ରୀଲଙ୍କା ପାଇଁ ଉକ୍ତ ମ୍ୟାଚ କର ବା ମର ସଦୃଶ ହୋଇଛି। ଭାରତ ସେମିଫାଇନାଲରେ ଏକ ପ୍ରକାର ସ୍ଥାନ ସୁରକ୍ଷିତ କରି ସାରିଥିବାବେଳେ ବିଜୟ ବଜାୟ ଲକ୍ଷ୍ୟ ନେଇ ଖେଳିବ। ଶ୍ରୀଲଙ୍କା ଯଦି ଉକ୍ତ ମ୍ୟାଚରେ ପରାଜିତ ହୁଏ ତେବେ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡିବ।
ଭାରତ-ଶ୍ରୀଲଙ୍କା ଟକ୍କର ; ବ୍ୟାଟିଂ କରିବ ଭାରତ
Popular Categories



