ପର୍ଥରେ ଏକାକି ଲଢ଼ିଲେ ସୂର୍ଯ୍ୟକୁମାର; ନିରାଶ କଲେ ରୋହିତ, ରାହୁଲ, କୋହଲି, ପାଣ୍ଡ୍ୟା, କାର୍ତ୍ତିକ
ଦକ୍ଷିଣ ଆଫ୍ରିକାକୁ ୧୩୪ରନ୍ର ଟାର୍ଗେଟ ଦେଲା ଭାରତ, ଭାରତ ୧୩୩/୯
ପର୍ଥ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ବିଶ୍ବକପ୍-୨୦୨୨ରେ ଆଜି ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୪ରନ୍ର ଟାର୍ଗେଟ ଦେଇଥିବାବେଳେ ଏହି ମ୍ୟାଚରେ ଭାରତର ସ୍କୋର ୧୩୩/୯ ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପର୍ଥ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଭାରତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୩ ରନ୍ ସଂଗ୍ରହ କରିଛି। ଆଜିର ମ୍ୟାଚରେ ସୂର୍ଯ୍ୟକୁମାର ୬୮ ରନ୍ କରିଥିଲେ। ସେ ୪୦ ବଲରୁ ୬ ଚୌକା, ୩ ଛକା ସହ ୬୮ରନ ସଂଗ୍ରହଣ କରିଥିଲେ। ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ଆଜିର ମ୍ୟାଚରେ ରୋହିତ, ରାହୁଲ, କୋହଲି, ପାଣ୍ଡ୍ୟା, କାର୍ତ୍ତିକ ନିରାଶ କରିଛନ୍ତି।
ଟସ୍ ଜଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ୧୩୩ ରନ୍ କରିପାରିଥିଲେ। ଓପନର କେଏଲ୍ ରାହୁଲ ଓ କ୍ୟାପଟେନ୍ ରୋହିତ ଶର୍ମା ପ୍ରତିପକ୍ଷ ପେସ୍ ବୋଲରଙ୍କୁ ସମ୍ମୁଖିନ ହେବାରେ ବିଫଳ ହୋଇଥିଲେ। ସେମାନେ ଯଥାକ୍ରମେ ୯ ରନ୍ ଓ ୧୫ ରନ୍ କରି ଆଉଟ୍ ହୋଇଯାଇଥିଲେ।
ସେହିପରି ବିରାଟ କୋହଲି ମାତ୍ର ୧୨ ରନ୍ କରି ଆଉଟ୍ ହୋଇଥିବାବେଳେ ଦୀପକ ହୁଦା ଓ ମହମ୍ମଦ ସାମି କୌଣସି ରନ ନ କରି ଆଉଟ୍ ହୋଇଥିଲେ। ଦୀନେଶ କାର୍ତ୍ତିକ ୬ ରନ୍, ଅଶ୍ୱିନ ୭ ରନ୍, ଭୁବନେଶ୍ୱର କୁମାର ଯାଦବ ଅପରାଜିତ ୪ ରନ୍ ଓ ଅର୍ଶଦୀପ ସିଂହ ଅପରାଜିତ ୨ ରନ୍ କରିଥିଲେ। ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍ଗିଡି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ୱେନ ପାର୍ଣ୍ଣେଲ୍ ୩ଟି ଓ ଏନ୍ରିଚ୍ ନରତେଜ୍ ଗୋଟିଏ ୱିକେଟ ନେଇଥିଲେ।
Comments are closed.