ସିଡ୍ନୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-ଟ୍ବୋଣ୍ଟି ମ୍ୟାଚ୍ ଆସନ୍ତାକାଲି ସିଡ୍ନୀରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଗୋଟାଏ ୪୦ ମିନିଟରେ ମ୍ୟାଚ ଖେଳାଯିବ। ଦୁଇ ଦଳମଧ୍ୟରେ ମୋଟ୍ ୩ଟି ଟି-ଟ୍ବୋଣ୍ଟି ମ୍ୟାଚ୍ ଖେଳାଯାଉଛି। ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୧୧ ରନରେ ପରାସ୍ତ କରିଥିଲା। ବର୍ତ୍ତମାନ ଭାରତ ୧-୦ ରେ ଆଗୁଆ ଅଛି।
ଭାରତୀୟ ଟିମ୍ ଆସନ୍ତାକାଲିର ମ୍ୟାଚରେ ବିଜୟୀ ହୋଇ ଟି-ଟ୍ବୋଣ୍ଟି ଶୃଙ୍ଖଳା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ପ୍ରଥମ ମ୍ୟାଚରେ ରବିନ୍ଦ୍ର ଜାଡେଜାଙ୍କ ହେଲ୍ମେଟରେ ବଲ୍ ବାଜିଥିବାରୁ ଆସନ୍ତା ଦୁଇଟିଯାକ ମ୍ୟାଚ୍ ସେ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ସାର୍ଦ୍ଦୁଲ୍ ଠାକୁରଙ୍କୁ ବୋଲର ଭାବେ ନିଆଯିବ।

