www.samajalive.in
Sunday, December 14, 2025
19.1 C
Bhubaneswar

ପାକିସ୍ତାନକୁ ବସ୍‌ ସେବା ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ଲାହୋରରୁ ଦିଲ୍ଲୀକୁ ବସ୍‌ ସେବା ବନ୍ଦ କରିବା ପରେ ଭାରତ ଅନୁରୂପ ପଦକ୍ଷେପ ନେଇଛି। ଭାରତ ପକ୍ଷରୁ ସୋମବାର ଦିଲ୍ଲୀରୁ ଲାହୋର ବସ୍‌ ସେବା ବନ୍ଦ କରିଦିଆଯାଇଛି। କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇ ପ୍ରଥମେ ଦୁଇଦେଶ ମଧ୍ୟରେ ଚାଲୁଥିବା ସମଝୌତା ଏକ୍ସପ୍ରେସକୁ ବାତିଲ କରିଥିଲା। ଏହା ପରେ ଗତ ଶନିବାର ପାକ୍‌ର ଜଣେ ମନ୍ତ୍ରୀ ସୋମବାରଠାରୁ ବସ୍‌ ସେବା ବନ୍ଦ କରିବା ପାଇଁ ଘୋଷଣା କରିଥିଲେ। ଏହା ପରେ ପାକିସ୍ତାନ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦିଲ୍ଲୀ ପରିବହନ ନିଗମକୁ ଟେଲିଫୋନ ଜରିଆରେ ଏ ସମ୍ପର୍କରେ ସୂଚିତ କରାଯାଇଥିଲା।

ଦିଲ୍ଲୀ ପରିବହନ ନିଗମ(ଡିଟିସି) ଅଧିକାରୀ କହିଛନ୍ତି, ଡିଟିସିର ଏକ ବସ୍‌ ସୋମବାର ସକାଳ ୬ଟାରେ ଲାହୋର ଯାତ୍ରା କରିଥାନ୍ତା। କିନ୍ତୁ ପାକିସ୍ତାନ ବସ୍‌ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବାରୁ ବସ୍‌ଟି ଯାଇପାରି ନ ଥିଲା। ଦିଲ୍ଲୀରୁ ଲାହୋର ଚଳାଚଳ କରୁଥିବା ବସ୍‌ ସେବା ସୋମବାରଠାରୁ ବନ୍ଦ ରଖାଯିବ ବୋଲି ନିଗମ ଅଧିକାରୀ କହିଛନ୍ତି। ଗତ ଶନିବାର ଶେଷ ଥର ଲାଗି ୨ ଯାତ୍ରୀଙ୍କୁ ନେଇ ଲାହୋର ଅଭିମୁଖେ ଏକ ବସ୍‌ ଯାଇଥିଲା। ସେହିଦିନ ୧୯ ଯାତ୍ରୀଙ୍କୁ ଧରି ଦିଲ୍ଲୀ ଫେରିଥିଲା। ରବିବାର ବସ୍‌ ଚଳାଚଳ ବନ୍ଦ ରହିଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories