ଭାରତୀୟ ନୌସେନାକୁ ବଳ

ନୂଆଦିଲ୍ଲୀ: ସ୍ବଦେଶୀ କାରିଗରି ଭିତ୍ତିରେ ନିର୍ମିତ ଆଣବିକ ବାଲିଷ୍ଟିକ ମିସାଇଲ ସବମେରିନ ଆଇଏନଏସ ଅରିହନ୍ତରୁ ବାଲିଷ୍ଟିକ ମିସାଇଲର ପରୀକ୍ଷଣ ହୋଇଛି । ଆଣବିକ ଶକ୍ତିସମ୍ପନ୍ନ ଯୁଦ୍ଧପୋତରୁ ମିଜାଇଲ ପରୀକ୍ଷଣ ହୋଇଛି। ବଙ୍ଗୋପ ସାଗରରେ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ସବମେରିନ ଏହି ମିସାଇଲ ପରୀକ୍ଷଣ କରିଛି । ନିର୍ଦ୍ଧାରିତ ଟାର୍ଗେଟକୁ ସଫଳତାର ସହ ଭେଦ କରିଛି ଏହି ମିସାଇଲ। ଏହାଯୋଗୁ ଭାରତୀୟ ନୌସେନା ଆଣବିକ କ୍ଷେତ୍ରରେ ବି ବଳୀୟାନ ହୋଇଛି।
ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ପ୍ରୟୋଗଜନିତ ଓ ବୈଷୟିକ ଗୁରୁତ୍ବ ଦୃଷ୍ଟିରୁ ଅରିହନ୍ତ ସକ୍ଷମ ହୋଇଛି। ଭାରତର ପ୍ରଥମ ପରମାଣୁ ଶକ୍ତିଚାଳିତ ବୁଡ଼ାଜାହଜ ଆଇଏନଏସ ଅରିହନ୍ତ। ୨୦୧୬ରେ ଆଇଏନଏସ ଅରିହନ୍ତକୁ ନୌସେନାରେ ସାମିଲ କରାଯାଇଥିଲା। ଭାରତର ଆଣିବିକ ଶକ୍ତି କ୍ଷମତାକୁ ସଶକ୍ତ କରିବାକୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ଦର୍ଶାଯାଇଛି। ଫଳରେ ଆମେରିକା, ଋଷ ଓ ଚୀନ ସହ ଭାରତ ସମକକ୍ଷ ହୋଇପାରିଛି।
ଦେଶର ପ୍ରତିରକ୍ଷା ଲାଗି ସମସ୍ତ ସ୍ତରରେ ଆଇଏନଏସ ଅରିହନ୍ତକୁ ଏଣିକି ମୁତୟନ କରାଯାଇପାରିବ ।ବଙ୍ଗୋପ ସାଗରରେ କରାଯାଇଥିବା ଏହି ପରୀକ୍ଷାରେ ସବମେରିନରୁ ନିକ୍ଷେପ ହୋଇଥିବା କ୍ଷେପଣାସ୍ତ୍ର ଅତି ନିର୍ଭୁଲ ଭାବେ ପ୍ରଦତ୍ତ ସ୍ଥାନକୁ ଲକ୍ଷ୍ୟଭେଦ କରିଥିଲା।
ଭାରତ ବର୍ତ୍ତମାନ ସୁଦ୍ଧା ୩ଟି ବାଲିଷ୍ଟିକ ମିସାଇଲ ସବମେରିନ ତିଆରି କରିଥିବାବେଳେ ସବମେରିନରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିପାରୁଥିବା ଦୁଇଟି ମିସାଇଲ କେ-୧୫ ଓ କେ-୪ ହାସଲ କରିଛି। କେ-୪ କ୍ଷେପଣାସ୍ତ୍ର ୩ ହଜାର ୫୦୦ କିଲୋମିଟର ଦୂରକୁ ଲକ୍ଷ୍ୟ ଭେଦ କରିବାର କ୍ଷମତା ହାସଲ କରିଛି।

Comments are closed.