www.samajalive.in
Thursday, December 11, 2025
18.1 C
Bhubaneswar

ସୁଦୃଢ଼ ହେବ ଭାରତ-ସିଙ୍ଗାପୁର ଅର୍ଥନୈତିକ ସମ୍ପର୍କ, ୪ଟି ବୁଝାମଣାପତ୍ର ସ୍ୱାକ୍ଷରିତ

ଡେସ୍କ: ସ୍ୱାସ୍ଥ୍ୟ ଓ ଔଷଧ, ଶିକ୍ଷା ଓ ଦକ୍ଷତା ବିକାଶ, ଡିଜିଟାଲ ଟେକ୍ନୋଲୋଜି ଏବଂ ଭାରତ-ସିଙ୍ଗାପୁର ସେମିକଣ୍ଡକ୍ଟର ଇକୋସିଷ୍ଟମ ସହଯୋଗ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ୪ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦୁଇ ଦେଶ ସେମାନଙ୍କ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ କରିବାକୁ ମଧ୍ୟ ରାଜି ହୋଇଛନ୍ତି, ଯାହା ଭାରତର ଆକ୍ଟ ଇଷ୍ଟ ନୀତିକୁ ଏକ ବଡ଼ ପ୍ରୋତ୍ସାହନ ଦେବ। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱାଙ୍ଗଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସିଙ୍ଗାପୁରରେ ହୋଇଥିବା ଆଲୋଚନାରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିର ସମୀକ୍ଷା କରିଥିଲେ। ଅର୍ଥନୈତିକ ସମ୍ପର୍କରେ ସୁଦୃଢ଼ ଅଗ୍ରଗତି କୁ ଦୃଷ୍ଟିରେ ରଖି ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ପ୍ରବାହକୁ ଆହୁରି ବିସ୍ତାର କରିବାକୁ ଉଭୟ ପକ୍ଷ ଆହ୍ୱାନ ଦେଇଛନ୍ତି। ଭାରତୀୟ ଅର୍ଥନୀତିରେ ପାଖାପାଖି ୧୬୦ ବିଲିୟନ ଆମେରିକୀୟ ଡଲାର ନିବେଶ ସହ ସିଙ୍ଗାପୁର ଭାରତ ପାଇଁ ଏକ ଅଗ୍ରଣୀ ଅର୍ଥନୈତିକ ସହଯୋଗୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

ଶ୍ରୀ ମୋଦୀ କହିଛନ୍ତି ଯେ ଭାରତରେ ଦ୍ରୁତ ଏବଂ ନିରନ୍ତର ଅଭିବୃଦ୍ଧି ସିଙ୍ଗାପୁରର ସଂସ୍ଥାମାନଙ୍କ ପାଇଁ ବିପୁଳ ପୁଞ୍ଜିନିବେଶ ସୁଯୋଗ ଖୋଲିଛି। ଉଭୟ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ଓ ନିରାପତ୍ତା, ସାମୁଦ୍ରିକ କ୍ଷେତ୍ର ସଚେତନତା, ଶିକ୍ଷା, ଏଆଇ, ଫିନଟେକ୍, ନୂତନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଜ୍ଞାନ ଭାଗିଦାରୀ କ୍ଷେତ୍ରରେ ଥିବା ସହଯୋଗର ସମୀକ୍ଷା କରିଥିଲେ। ଅର୍ଥନୈତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଁ ଦୁଇ ଦେଶ ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଦୁଇ ନେତା ଆହ୍ୱାନ ଦେଇଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories