www.samajalive.in
Sunday, December 14, 2025
26.1 C
Bhubaneswar

ସମସ୍ତ ପ୍ରକାର ଆତଙ୍କବାଦକୁ ନିନ୍ଦା କଲେ ଭାରତ, ରୁଷ ଓ ଚୀନ

ନୂଆଦିଲ୍ଲୀ: ରୁଷ, ଭାରତ ଓ ଚୀନ୍‍ ବୈଦେଶିକ ମନ୍ତ୍ରୀମାନଙ୍କ ଷୋଡ଼ଶ ବୈଠକରେ ଜାରି ମିଳିତ ବିବୃତ୍ତିରେ ତିନୋଟିଯାକ ଦେଶ ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ନିନ୍ଦା କରିଛନ୍ତି। ଆତଙ୍କବାଦର ତୀବ୍ର ବିରୋଧ କରି ଭାରତ-ରୁଷ-ଚୀନ କହିଛନ୍ତି, ଆତଙ୍କବାଦ ଗୋଷ୍ଠୀଗୁଡ଼ିକୁ ସାହାଯ୍ୟ ସମର୍ଥନ କରାଯିବା ଉଚିତ ନୁହେଁ ଓ ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ ସେଗୁଡ଼ିକୁ ବ୍ୟବହାର କରାଯିବା ଉଚିତ ନୁହେଁ। ଯେଉଁମାନେ ଆତଙ୍କବାଦ ଗୋଷ୍ଠୀଗୁଡ଼ିକୁ ସାହାଯ୍ୟ ସମର୍ଥନ କରୁଛନ୍ତି, ସେମାନଙ୍କୁ ଏଥିପାଇଁ ଉତ୍ତରଦାୟୀ କରାଯାଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଗତ ୧୪ ତାରିଖରେ ପୁଲ୍‍ୱାମା ସନ୍ତ୍ରାସବାଦୀ ଆକ୍ରମଣ ଓ ଏହାପରେ ଭାରତ ଦ୍ୱାରା ପାକିସ୍ତାନସ୍ଥିତ ଆତଙ୍କବାଦୀ ତାଲିମ୍‍ ଶିବିର ଉପରେ ଆକ୍ରମଣ ଯୋଗୁଁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ସମୟରେ ଏହି ବିବୃତ୍ତି ପ୍ରକାଶ ପାଇଛି। ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟୀ ଏବଂ ରୁଷ ବିଦେଶ ମନ୍ତ୍ରୀ ସରଗେଇ ଲାଭରବ ଜାତିସଙ୍ଘ ସୁରକ୍ଷା ପରିଷଦ ପ୍ରସ୍ତାବ ଅନୁଯାୟୀ ଆତଙ୍କବାଦ ଦମନ ଦିଗରେ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories