www.samajalive.in
Sunday, December 14, 2025
26.1 C
Bhubaneswar

‘୪ସି’ ଆଧାରିତ ରଣନୀତିକ ବିଷୟକୁ ପ୍ରାଧାନ୍ୟ, ମଧ୍ୟଏସିଆ ଅର୍ଥନୀତିକୁ ପରବର୍ତ୍ତୀ ସ୍ଥରକୁ ନେବାରେ ନେତୃତ୍ୱ ନେବ ଭାରତ

ଭାରତ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେବା ଲକ୍ଷ୍ୟରେ ‘୪ସି’ ଆଧାରିତ ବାଣିଜ୍ୟ, ଦକ୍ଷତା ବୃଦ୍ଧି, ସଂଯୋଗୀକରଣ ଏବଂ ଯୋଗାଯୋଗ ବୃଦ୍ଧି ଭଳି ପାଞ୍ଚଟି ରଣନୀତିକ ବିଷୟକୁ ଗ୍ରହଣ କରି ମଧ୍ୟ ଏସୀୟ ଦେଶ ସହ ପରବର୍ତ୍ତୀ ସ୍ତରକୁ ଯିବାକୁ ପ୍ରସ୍ତୁତ ଅଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି। ଆଜି ତୃତୀୟ ଭାରତ-ମଧ୍ୟ ଏସିଆ ସଂଳାପରେ ଯୋଗ ଦେଇ ସେ ଏହା କହିଛନ୍ତି।

ଡଃ ଜୟଶଙ୍କର କାଜାକିସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ, କିର୍ଗିଜସ୍ଥାନ ଏବଂ ତାଜିକିସ୍ତାନର ବୈଦେଶିକ ମନ୍ତ୍ରୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ ଆଫଗାନିସ୍ତାନବାସୀଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ଏବଂ ମଧ୍ୟ ଏସିଆ ଦେଶ ସମୂହକୁ ଉପାୟ ଖୋଜିବାକୁ ପଡିବ। ସେହି ସବୁ ଦେଶଗୁଡିକରେ ମହାମାରୀ ସମୟରେ ସେଠାରେ ଥିବା ଭାରତୀୟ ଛାତ୍ରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏବଂ କରୋନାର ଦ୍ୱିତୀୟ ତରଙ୍ଗ ସମୟରେ ଭାରତକୁ ଦିଆଯାଇଥିବା ସାହାଯ୍ୟ ପାଇଁ ଜୟଶଙ୍କର ସମ୍ପୃକ୍ତ ଦେଶଗୁଡିକୁ ଧନ୍ୟବାଦ ଦେଇଛନ୍ତି।

- Advertisement -

ଜୟଶଙ୍କର କହିଛନ୍ତି ଯେ ମହାମାରୀର ଶିକାର ହେବା ପରେ ଦେଶଗୁଡିକ ଅର୍ଥନୀତିକୁ ପୁଣି ଟ୍ରାକକୁ ଆଣିବା ଯେଉଁ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି ସେଥିରେ ଭାରତ ଏକ ପ୍ରମୁଖ ଅଂଶୀଦାର ହେବାକୁ ପ୍ରସ୍ତୁତ ଅଛି। ସେ କହିଛନ୍ତି, କୋଭିଡ ପରବର୍ତ୍ତୀ ଅର୍ଥନୈତିକ ପୁନଃରୁଥାନ ନିମନ୍ତେ ମିଳିତ ଭାବେ ଆମେ ପଦକ୍ଷେପ ଗ୍ରହଣ କରିପାରିବା ଏବଂ ଭାରତ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛି।

ସେ କହିଛନ୍ତି ଯେ ଆମର ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆମେ ସନ୍ତୁଷ୍ଟ, କିନ୍ତୁ ଆମେ ଜାଣୁ ଯେ ସମ୍ଭାବନା ବହୁତ ଅଧିକ। ଦେଶଗୁଡିକ ମଧ୍ୟରେ ସହଯୋଗର ଏକ ଭଲ ଇତିହାସ ଅଛି ଏବଂ ଏହାକୁ ପରବର୍ତ୍ତୀ ସ୍ତରକୁ ନେବାକୁ ଆମେ ପ୍ରସ୍ତୁତ ବୋଲି ଜୟଶଙ୍କର କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ବାଣିଜ୍ୟ, ଦକ୍ଷତା ବୃଦ୍ଧି, ସଂଯୋଗୀକରଣ ଏବଂ ଯୋଗାଯୋଗ ଉପରେ ଆମର ସମ୍ପର୍କ ସୁଦୃଢ଼ ଏବଂ ଏହା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ସେ କହିଛନ୍ତି ଯେ କୋଭିଡ ପ୍ରଭାବ ସତ୍ୱେଭାରତ ଏବଂ ମଧ୍ୟ ଏସିଆ ସମ୍ପର୍କର ଗତି ବଜାୟ ରହିଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories