ଦୁର୍ନୀତି ସୂଚକାଙ୍କରେ ୯୩ତମ ସ୍ଥାନରେ ଭାରତ, ପାକିସ୍ତାନ ୧୩୩

ଡେସ୍କ: ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ରିପୋର୍ଟ ଅନୁଯାୟୀ, ୨୦୨୩ ଦୁର୍ନୀତି ସୂଚକାଙ୍କରେ ଭାରତ ୧୮୦ଟି ଦେଶ ମଧ୍ୟରୁ ୯୩ତମ ସ୍ଥାନ ଅଧିକାର କରିଛି। ଏହି ସୁଚକାଙ୍କ ଅନୁଯାୟୀ ଶୂନ୍ୟ (୦) ଅତ୍ୟଧିକ ଦୁର୍ନୀତିଗ୍ରସ୍ତ ଓ ୧୦୦ ଅତ୍ୟନ୍ତ ସ୍ଵଛ ଭାବେ ଗ୍ରହଣ କରାଯାଇଛି। ୧୮୦ଟି ଦେଶର ସାଧାରଣ ଲୋକ, ବିଶେଷଜ୍ଞ ଓ ବ୍ୟବସାୟୀମାନଙ୍କୁ ନେଇ ଏହି ସୁଚକାଙ୍କ ପ୍ରସ୍ତୁତ କରାଯାଇଛି।

ଅଟା କେଉଁଥିରେ ଚକଟିବେ? ପାଣି ନା କ୍ଷୀରରେ..

୨୦୨୩ ମସିହାରେ ଭାରତର ମୋଟ ସ୍କୋର ୩୯ ଥିବା ବେଳେ ୨୦୨୨ରେ ଏହା ୪୦ ଥିଲା। ୨୦୨୨ରେ ଭାରତର ମାନ୍ୟତା ୮୫ ଥିଲା। ଦକ୍ଷିଣ ଏସିଆରେ ଉଭୟ ପାକିସ୍ତାନ ଏବଂ ଶ୍ରୀଲଙ୍କା ନିଜ ଋଣ ଭାର ସହ ରାଜନୈତିକ ଅସ୍ଥିରତା ସହ ମୁକାବିଲା କରୁଛନ୍ତି ବୋଲି ଏଥିରେ କୁହାଯାଇଛି। ଏହି ତାଲିକାରେ ପାକିସ୍ତାନ ୧୩୩ତମ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ୧୧୫ତମ ସ୍ଥାନରେ ରହିଛି।

ରିପୋର୍ଟ ଅନୁଯାୟୀ, ସର୍ବନିମ୍ନ ବିକଶିତ ଦେଶ ଭାବେ ବାଂଲାଦେଶ ୧୪୯ତମ ସ୍ଥାନରେ ରହିଛି। ।

ପାକିସ୍ତାନରେ ନୋଟବନ୍ଦୀ ! ନୂଆ ନୋଟ୍ ଛାପିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର

ଗତ ଦଶନ୍ଧି ମଧ୍ୟରେ ୩.୭ ନିୟୁତରୁ ଅଧିକ ସରକାରୀ କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ଦଣ୍ଡିତ କରି ଚୀନ୍ ୭୬ତମ ସ୍ଥାନରେ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୩, ସିଙ୍ଗାପୁର ୫, ଅଷ୍ଟ୍ରେଲିଆ ୧୪, ହଂକଂ ୧୪, ଜାପାନ ୧୬, ଭୁଟାନ ୨୬, ତାଇୱାନ ୨୮ ଏବଂ ଦକ୍ଷିଣ କୋରିଆ ୩୨ତମ ସ୍ଥାନରେ ରହିଛି। ସବୁଠାରୁ ତଳେ ଥିବା ଦେଶଗୁଡିକ ମଧ୍ୟରେ ଉତ୍ତର କୋରିଆ ୧୭୨, ମିଆଁମାର ଓ ଆଫଗାନିସ୍ତାନ ୧୬୨ତମ ସ୍ଥାନରେ ରହିଛନ୍ତି।

Comments are closed.