www.samajalive.in
Sunday, December 7, 2025
26.1 C
Bhubaneswar

ପାକିସ୍ତାନରେ ନୋଟବନ୍ଦୀ ! ନୂଆ ନୋଟ୍ ଛାପିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର

ଇସଲାମାବାଦ: ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନ ୨୦ ଟଙ୍କାଠୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ନୂଆ ନୋଟ୍ ଜାରି କରିବ । ନକଲି ନୋଟ୍ ସମସ୍ୟାରୁ ରକ୍ଷା ପାଇବା ପାଇଁ ପାକିସ୍ତାନ ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନର ଗଭର୍ଣ୍ଣର ଜମିଲ ଅହମଦ କହିଛନ୍ତି କି ସୁରକ୍ଷାକୁ ନଜରରେ ରଖି ନୂଆ ନୋଟକୁ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସହିତ ଜାରି କରାଯିବ । ସେ ଆଗକୁ କହିଛନ୍ତି କି ନୋଟକୁ ଅତ୍ୟାଧୁନିକ ଭାବେ ପ୍ରସ୍ତୁତ କରିବା ପାଇଁ ଡିଜାଇନକୁ ମଧ୍ୟ ଅପଡେଟ୍ କରାଯାଇଛି ।

ଗଭର୍ଣ୍ଣର ଜମିଲ ଅହମଦଙ୍କ କହିବାନୁସାରେ ଏହି ପଦକ୍ଷେପ ଫଳରେ ପାକିସ୍ତାନର ମୌଦ୍ରିକ ପ୍ରଣାଳୀ, ବ୍ୟବସାୟ ଏବଂ ନାଗରିକଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି ହେବ । ବଜାରରୁ ପୁରୁଣା ନୋଟକୁ ଧିରେ ଧିରେ ଫେରାଇ ନିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ ୨୦୦୫ ମସିହାରୁ ବ୍ୟାଙ୍କ ନୋଟ ଜାରି କରୁଛି । ଏଥିରେ ୨୦ ଟଙ୍କା, ୫୦ ଟଙ୍କା, ୧୦୦, ୫୦୦, ୧୦୦୦ ଏବଂ ୫୦୦୦ ହଜାର ଟଙ୍କାର ନୋଟ୍ ଆସିଥାଏ । ଏବେ ଏହାକୁ ନୂଆ ବ୍ୟବସ୍ଥା ସହିତ ଜାରି କରାଯିବ ।

- Advertisement -

ହଜାର ଟଙ୍କିଆ ନୋଟରେ ସୁରକ୍ଷା ପଟି ରହିବ ଯେଉଁଥିରେ ୧୦୦୦ ଟଙ୍କା ମୁଲ୍ୟବର୍ଗ ନଜର ଆସିବ । ଏହା ଫଳରେ ସହଜରେ ନକଲି ନୋଟ୍ ଚିହ୍ନଟ କରିହେବ । ଏହା ବ୍ୟତୀତ ଏହି ନୋଟରେ ଇଣ୍ଟେଗ୍ଲିୟୋ ପ୍ରକ୍ରିୟା ମଧ୍ୟ ବ୍ୟବହାର କରାଯାଇଛି ଯାହା ଫଳରେ ସ୍କାନିଂ ବା ଫଟୋଗ୍ରାଫି ମାଧ୍ୟମରେ ସଠିକ୍ ନୋଟ୍ ବାହାର କରିହେବନି । ଏଥିରେ ଆଣ୍ଟି ସ୍କାନ୍ ଏବଂ ଆଣ୍ଟି କପି ଲାଇନ୍ ପାଟର୍ନ ବ୍ୟବହାର କରାଯାଇଛି । ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ କହିଛି କି ନୂଆ ନୋଟର ପରିବର୍ତ୍ତନ ସୁଚାରୁ ରୂପେ ହେବା ଆଶା କରାଯାଉଛି । ନକଲି ନୋଟକୁ ରୋକିବା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।

 

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories