www.samajalive.in
Saturday, December 6, 2025
19.1 C
Bhubaneswar

ଆତଙ୍କବାଦ ବିରୋଧରେ ମିଳିତ ଅଭ୍ୟାସ କରିବେ ଭାରତ, ପାକିସ୍ତାନ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ପିଓକେର ଜୈଶ ଶିବିରରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣକୁ ନେଇ ଉଭୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗିରହିଛି। ଏହା ସତ୍ବେ ଆତଙ୍କବାଦ ପ୍ରତିରୋଧ ଲାଗି ଭାରତ ଏବଂ ପାକିସ୍ତାନ ମିଳିତ ଅଭ୍ୟାସ କରିବେ। ଏଥିରେ ସାଙ୍ଘାଇ ସହଯୋଗୀ ସଂଗଠନ(ଏସସିଓ)ର ସଦସ୍ୟ ରାଷ୍ଟ୍ର ଭାରତ ଏବଂ ପାକିସ୍ତାନ ସହ ଚୀନ, ରୁଷ, କିରଗିଜସ୍ତାନ, ଉଜବେକିସ୍ତାନ, ତାଜିକିସ୍ତାନ, କାଜାଖସ୍ତାନ ଆଦି ଦେଶ ଅଂଶଗ୍ରହଣ କରିବେ। ଚଳିତବର୍ଷ କାଜାଖସ୍ତାନର ସାରି ଆର୍କା ଅଞ୍ଚଳରେ ଏହି ଅଭ୍ୟାସ କରାଯିବ। ଏସସିଓର ଆଞ୍ଚଳିକ ଆତଙ୍କବାଦୀ ନିରୋଧୀ ଗଠନ ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ଏସସିଓର ମୁଖ୍ୟାଳୟ ଚୀନର ବେଜିଂରେ ଅବସ୍ଥିତ। ୨୦୧୭ରେ ଭାରତ ଏବଂ ପାକିସ୍ତାନ ଏହାର ସମ୍ପୂର୍ଣ୍ଣ ସଦସ୍ୟତା ଲାଭି କରିଛନ୍ତି। ଏହାପରେ ଗତବର୍ଷ ରୁଷରେ ଅନୁଷ୍ଠିତ ଯୁଦ୍ଧାଭ୍ୟାସରେ ଭାରତ ଓ ପାକିସ୍ତାନ ଅଂଶଗ୍ରହଣ କରିଥିଲେ। ପ୍ରଥମ ଥର ପାଇଁ ଭାରତ, ପାକିସ୍ତାନ ଓ ଚୀନର ସୈନ୍ୟମାନେ ମିଳିତ ଭାବେ ଆତଙ୍କବାଦ ପ୍ରତିରୋଧ ଅଭ୍ୟାସ କରିବେ।

- Advertisement -

ଏହି ମିଳିତ ଅଭ୍ୟାସ ସମ୍ପର୍କରେ ଏସସିଓ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆତଙ୍କବାଦ ବିରୋଧରେ ଏହି ମିଳିତ ଅଭ୍ୟାସ ଅନ୍ତର୍ଜାତୀୟସ୍ତରରେ ଦୃଷ୍ଟି ଆକର୍ଷଣ କରିବ। ଦଶନ୍ଧି ଧରି ଲାଗି ରହିଥିବା ଶତ୍ରୁତା ଏବଂ ହିଂସା ମଧ୍ୟରେ ଭାରତ ଏବଂ ପାକିସ୍ତାନର ସେନା ଓ ଅଧିକାରୀମାନେ ବନ୍ଧୁତ୍ଵପୂର୍ଣ୍ଣ ବିନିମୟ କରିବାର ଏହା ଏକ ବିରଳ ମୂହୁର୍ତ୍ତ ହେବ ବୋଲି ଆଶା କରାଯାଉଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories