www.samajalive.in
Saturday, December 13, 2025
15.1 C
Bhubaneswar

ୟୁନାନି ବ୍ୟବସ୍ଥାରେ ଶିକ୍ଷା, ଗବେଷଣା, ସ୍ୱାସ୍ଥ୍ୟ ଓ ଔଷଧ ଉତ୍ପାଦନ କ୍ଷେତ୍ରରେ ଭାରତ ଅଗ୍ରଣୀ – ରାଷ୍ଟ୍ରପତି

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ୟୁନାନି ବ୍ୟବସ୍ଥାରେ ଶିକ୍ଷା, ଗବେଷଣା, ସ୍ୱାସ୍ଥ୍ୟସେବା ଏବଂ ଔଷଧ ଉତ୍ପାଦନ କ୍ଷେତ୍ରରେ ଆଜି ଭାରତ ବିଶ୍ୱରେ ଅଗ୍ରଣୀ ସ୍ଥାନରେ ରହିଛି। ମଙ୍ଗଳବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ୟୁନାନୀ ଦିବସରେ ଆୟୋଜିତ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦଘାଟନ କରି ରାଷ୍ଟ୍ରପତି କହିଛନ୍ତି ଯେ, ଆଜି ୟୁନାନ (ଗ୍ରୀସ) ଏବଂ ମଧ୍ୟ ଏସିଆର ଦେଶମାନଙ୍କରେ ୟୁନାନି ଚିକିତ୍ସା ପଦ୍ଧତି ଭାରତ ଭଳି ବ୍ୟବହୃତ ହୁଏ ନାହିଁ। ୟୁନାନି ବ୍ୟବସ୍ଥା ସହ ଜଡ଼ିତ ଗବେଷକ ଓ ଅଧ୍ୟାପକମାନେ ଆଧୁନିକ ପଦ୍ଧତି ଓ ବୈଷୟିକ ଜ୍ଞାନକୌଶଳର ଉପଯୋଗୀ ଦିଗ ଗ୍ରହଣ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ସ୍ୱାସ୍ଥ୍ୟ ପ୍ରତି ଦେଶ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରିଛି ଏବଂ ବିଭିନ୍ନ ଚିକିତ୍ସା ବ୍ୟବସ୍ଥାକୁ ଉଚିତ ସମ୍ମାନ ଦେଇ ସଶକ୍ତ କରିବାକୁ ପ୍ରୟାସ କରାଯାଉଛି। ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ ଅନୁଯାୟୀ ୟୁନାନୀ ସମେତ ଆୟୁଷ ଚିକିତ୍ସା ବ୍ୟବସ୍ଥାକୁ ମୁଖ୍ୟ ସ୍ରୋତରେ ଆଣିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ସେ ଉଲ୍ଲେଖ କରିଛନ୍ତି ଯେ ଜାତୀୟ ଭାରତୀୟ ଚିକିତ୍ସା ପ୍ରଣାଳୀ ଆୟୋଗର ତତ୍ତ୍ୱାବଧାନରେ ଅନେକ ୟୁନାନି ମେଡିକାଲ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ ଏବଂ ଗବେଷଣା ଚାଲିଛି ଏବଂ ଏମଡି ଏବଂ ପିଏଚଡି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି। ୟୁନାନି ଚିକିତ୍ସା ବିଜ୍ଞାନର ନୂତନ ପିଢ଼ି ଜ୍ଞାନ ଓ ଅଭିଜ୍ଞତାର ପ୍ରାଚୀନ ଐତିହ୍ୟକୁ ସୁଦୃଢ଼ କରିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories