www.samajalive.in
Thursday, December 11, 2025
27.1 C
Bhubaneswar

ଗଞ୍ଜାମ ଥାନା ପକ୍ଷରୁ ସାଇବର କ୍ରାଇମକୁ ନେଇ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ : ବର୍ତ୍ତମାନ ବିଭିନ୍ନ ଅଞ୍ଚଳରେ ଲୋକମାନେ ସାଇବର ଠକାମୀର ଶିକାର ହେଉଥିବା ଦେଖିବାକୁ ମିଳୁଛି l ଏହାକୁ କିଭଳି ରୋକାଯାଇପାରିବ ସେଥିପାଇଁ  ଜନ ସଚେତନତା ସୃଷ୍ଟି କରିବା  ଗଞ୍ଜାମ ଥାନା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରୋବିସାନାରୀ ଆଇ ପି ଏସ ଅଧିକାରୀ ମାନସୀ ଶାଗନଙ୍କ ସଭାପତିତ୍ୱରେ ଏହି ସଚେତନ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବଡ଼ ବଜାର, ସାନ ବଜାର, ପୁଇଁତୋଳାର ବଣିକ ଓ ଗଞ୍ଜାମ ବ୍ଲକର ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ l ଗଞ୍ଜାମ ପୁଲିସ ପକ୍ଷରୁ ଏହାକୁ କିପରି ରୋକାଯାଇପାରିବ ସେ ସେ ସମ୍ପର୍କରେ ସତର୍କତା ମୂଳକ ସଚେତନ କରାଯାଇଥିଲା l ଏହାକୁ ଲୋକମାନେ ଠିକ ଭାବେ ବୁଝିଲେ ସାଇବର ଠକାମୀରୁ ବର୍ତ୍ତି ଯାଇପାରିବେ ବୋଲି ଥାନା ଅଧିକାରୀ ସୁମିତ୍ରା ପାତ୍ର, ଏସ ଆଇ ଅନିରୁଦ୍ଧ ସ୍ୱାଇଁ, ଏଏସଆଇ. ଜି. ଅନନ୍ତ ରାଓ ସୂଚନା ଦେଇଥିଲେ  l କାର୍ଯ୍ୟକ୍ରମରେ ସୁଧିର ପାଢ଼ୀ, କାହ୍ନୁ ଚରଣ ପଣ୍ଡା, ସରପଞ୍ଚ ପ୍ରତିନିଧି ବିଦ୍ୟାଧର ପ୍ରଧାନ,ସରପଞ୍ଚ ଅଜୟ ନାୟକ ବିଶ୍ୱନାଥ ତରାଇ ସମେତ ଅନ୍ୟମାନେ ଯଥା ବଡ଼ ବଜାର,ସାନ ବଜାର, ପୁଇଁତୋଳା ବଣିକ ସଙ୍ଘ ଓ ବିଭିନ୍ନ ପଞ୍ଚାୟତ ପ୍ରତିନିଧି ଉକ୍ତ ସଚେତନ ସଭାରେ ଉପସ୍ଥିତ ଥିଲେ l

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories