www.samajalive.in
Sunday, December 14, 2025
26.1 C
Bhubaneswar

୪୮ ଘଣ୍ଟା ପରେ ମିଳିଲା ଜଳପ୍ରପାତରେ ନିଖୋଜ ଯୁବକଙ୍କ ମୃତଦେହ

ଲଡୁଗାଁ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରାରେ ଗତ ରବିବାର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡୁମେରମୁଣ୍ଡା ଗ୍ରାମର ୨ ଜଣ ଯୁବକ ବୁଲିବାକୁ ଆସି ଡୋକାରୀ ଦର ଜଳପ୍ରପାତ ଉପରୁ ସେଲଫି ନେଉଥିବା ବେଳେ ଅସାବଧାନତା କାରଣ ଦୁଇ ଯୁବକଙ୍କ ମଧ୍ୟରୁ ଅଭିନାଶ ପରଜା (୨୧) ର ଗୋଡ଼ ଖସି ଜଳପ୍ରପାତର ଗଭୀର ଜଳରେ ବୁଡି ନିଖୋଜ ହୋଇଥିଲା। ସାଥିରେ ଥିବା ସାଙ୍ଗ ଦିଲେଶ୍ୱର ଭତରା ଓ ଅନ୍ୟମାନେ ପାଣିରେ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା। ପରେ ରବିବାର ସନ୍ଧ୍ୟାରେ ଘଟଣାସ୍ଥଳରେ କୋକସରା ଦମକଳ ବିଭାଗ ଓଆସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି ଜଳପ୍ରପାତର ଗଭୀର ଜଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ତେବେ ରାତି ହେବାରୁ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ କରି ସୋମବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଦିନ ସାରା ଜାରି ରଖିଥିଲେ ମଧ୍ୟ ନିଖୋଜ ଯୁବକର କୌଣସି ପତ୍ତା ମିଳିନଥିଲା।

ମଙ୍ଗଳବାର ସକାଳୁ ଉଦ୍ଧାର କାର୍ଯ୍ୟ ପୁଣି ଆରମ୍ଭ କରିଥିବା ବେଳେ ଦମକଳ କର୍ମଚାରୀଙ୍କ ଅବିଶ୍ରାନ୍ତ ସନ୍ଧାନ ପରେ ଜଳପ୍ରପାତର ଗଭୀର ପାଣିରୁ ନିଖୋଜ ଯୁବକର ମୃତଦେହ ଠାବ କରିବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରେ ରବିବାର ଠାରୁ ନିଖୋଜ ଯୁବକଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ। ମୃତ ଯୁବକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଆମପାଣି ପୋଲିସ କୋକସରା ହସ୍ପିଟାଲକୁ ପଠାଇଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ । ଏ ସଂକ୍ରାନ୍ତରେ ଆମପାଣି ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ୧/୨୫ ରୁଜୁ କରାଯାଇଛି।  ସୂଚନାଯୋଗ୍ୟ ବିଗତ ବର୍ଷରେ ମଧ୍ୟ ଏହି ଜଳପ୍ରପାତରେ ୨ ଜଣ ଯୁବକଙ୍କ ସେଲଫି ନେବା ସମୟରେ ପଡି ମୃତ୍ୟୁ ହୋଇସାରିଛି । ସ୍ଥାନୀୟ ଉନ୍ନୟନ କମିଟି ଓ ଜଙ୍ଗଲ ବିଭାଗ ପକ୍ଷରୁ ଏହି ପର୍ଯ୍ୟଟନ ସ୍ଥଳୀର ଡୋକାରୀ ଜଳପ୍ରପାତକୁ ବିପଦପୂର୍ଣ୍ଣ ଘୋଷଣା କରିବା ସହ ପର୍ଯ୍ୟଟନଙ୍କ ପାଇଁ ନିଶିଦ୍ଧାଞ୍ଚଳ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି ହୋଇଛି ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories