www.samajalive.in
Friday, December 12, 2025
23.1 C
Bhubaneswar

ଭାରତର ଚମକ, ୨୨ ସ୍ବର୍ଣ୍ଣ

ବର୍ମିଂହାମ୍‍ : ୧୨ ଦିନ ଧରି ଚାଲିଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଇଂଲଣ୍ଡର ବର୍ମିଂହାମ୍‌ରେ ଆୟୋଜିତ ଏହି କ୍ରୀଡ଼ାର ଅନ୍ତିମ ଦିନରେ ଭାରତୀୟ କ୍ରୀଡ଼ାବିତ୍‌ ଚମତ୍କାର ପ୍ରଦର୍ଶନ କରି ଦେଶକୁ ଆଉ ୪ଟି ସ୍ବର୍ଣ୍ଣ ସହ ମୋଟ ୬ଟି ପଦକ ଜିତାଇଛନ୍ତି। ଏହାସହ ଭାରତ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟପଦକ ଜିତିଛି। ବ୍ୟାଡ୍‌ମିଣ୍ଟନର ସିଙ୍ଗ୍‌ଲସ ବର୍ଗ​‌େ​‌ର ଲକ୍ଷ୍ୟ ସେନ୍ ଓ ପି.ଭି. ସିନ୍ଧୁ ସ୍ବର୍ଣ୍ଣପଦକ ଜିତିଥିଲେ। ଏହି କ୍ରୀଡ଼ାରେ ସୋମବାର ଦେଶକୁ ୩ୟ ସ୍ବର୍ଣ୍ଣପଦକ ଜିତାଇଥିଲେ ପୁରୁଷ ଡବଲ୍‌ସ
ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍‌ଡୀ ଓ ଚିରାଗ ସେଟ୍ଟି। ଟେବୁଲ ଟେନିସ୍‌ରେ ୪୦ ବର୍ଷ ବୟସ୍କ ଶରତ କମଲ ପୁରୁଷ ସିଙ୍ଗଲ୍‌ସରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ପୁରୁଷ ହକି ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତହୋଇ ଭାରତ ରୌପ୍ୟ ଜିତିଥିବା ବେଳେ ଟେବୁଲ ଟେନିସ ପୁରୁଷ ସିଙ୍ଗଲ୍‌ସରେ ଜି. ସତ୍ୟନ୍‌ କାଂସ୍ୟପଦକ ଜିତିଛନ୍ତି। ଫଳରେ ଭାରତ ମୋଟ ୨୨ଟି ସ୍ବର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି କାଂସ୍ୟ ସହ ମୋଟ ୬୧ଟି ପଦକ ଜିତି ୪ର୍ଥ ସ୍ଥାନରେ ରହିଛି। ଭାରତ ଉପରକୁ ଅଷ୍ଟ୍ରେଲିଆ (୬୭ ସ୍ବର୍ଣ୍ଣ), ଇଂଲଣ୍ଡ (୫୭ ସ୍ବର୍ଣ୍ଣ) ଓ କାନାଡା (୨୬) ସ୍ବର୍ଣ୍ଣ ସହ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି। ୨୦୧୮ ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୬ଟି ସ୍ବର୍ଣ୍ଣ ସହ ଭାରତ ୩ୟ ସ୍ଥାନରେ ଥିବା ବେଳେ ବର୍ମିଂହାମ୍ କ୍ରୀଡ଼ାରୁ ସୁଟିଂକୁ ବାଦ୍‌ ଦେଇଥିବାରୁ ଭାରତ ୪ର୍ଥ ସ୍ଥାନକୁ ଖସିଆସିଛି। ଏଥର କୁସ୍ତିରେ ଭାରତ ୬ଟି ସ୍ବର୍ଣ୍ଣ ସହ ମୋଟ ୧୨ଟି ପଦକ ଜିତିପାରିଛି।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories