www.samajalive.in
Friday, December 12, 2025
23.1 C
Bhubaneswar

ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ : ୧୧ରୁ ଆବେଦନ, ୨୫ ସୁଦ୍ଧା ଶେଷ

ଭୁବନେଶ୍ବର : ରାଜ୍ୟର ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟ ଗୁଡିକରେ ୨୦୨୨-୨୦୨୩ ଶିକ୍ଷାବର୍ଷ ପାଇଁ ୟୁଜି ପାଠ୍ୟକ୍ରମରେ ନାମଲେଖା ଲାଗି ସରକାରଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ୩ ଡିଗ୍ରୀ ପାଠ୍ୟକ୍ରମ ସମେତ ସମସ୍ତ ସେଲ୍ଫ ଫାଇନାନ୍ସିଂ(ଡିଗ୍ରୀ) ଓ ସଂସ୍କୃତ ଶାସ୍ତ୍ରୀ ପାଠ୍ୟକ୍ରମ ପାଇଁ ଷ୍ଟୁଡେଣ୍ଟ ଆକାଡେମିକ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌(ସାମ୍ସ) ପୋର୍ଟାଲ ଜରିଆରେ ଇ-ନାମଲେଖା ହେବ। ସାମ୍ସ ଓଡ଼ିଶା ୱେବ୍‌ସାଇଟ୍‌ରେ ଏଥିପାଇଁ ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ(ସିଏଏଫ) ଆସନ୍ତା ୧୧ତାରିଖରୁ ଉପଲବ୍ଧ ହେବ। ୨୫ ଅଗଷ୍ଟ ଆବେଦନର ଶେଷ ତାରିଖ ରଖାଯାଇଛି। ତେବେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା(ମେରିଟ୍‌ ଲିଷ୍ଟ) ଅଗଷ୍ଟ ୩୧ରେ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ଓ ଅନ୍‌ଲାଇନ୍ ଡାଟା ଅପ୍‌ଡେସନ୍‌ ଆସନ୍ତା ସେପ୍ଟେମ୍ବର ୨ରୁ ୫ ତାରିଖ ମଧ୍ୟରେ ସରିବ। ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ସେପ୍ଟେମ୍ବର ୧୧ରେ ପ୍ରକାଶ ପାଇ ପରଦିନ ଅର୍ଥାତ୍ ୧୨ରୁ ୧୪ ତାରିଖ ମଧ୍ୟରେ ନାମଲେଖା ହେବ। ବିଭିନ୍ନ ବିଷୟରେ କେତେ ସିଟ୍‌ ଖାଲି ପଡିଛି ସେ ସଂପର୍କରେ ସଂପୂର୍ଣ୍ଣ ଯାଞ୍ଚ ତଥ୍ୟ ସେପ୍ଟେମ୍ବର ୧୬ରୁ ୧୭ ତାରିଖରେ ସାମ୍ସ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ସ୍ପଟ୍‌ ନାମଲେଖାଇବାକୁ ଥିବା ଆବେଦନକାରୀ ସେପ୍ଟେମ୍ବର ୧୯ରେ ଏଥିପାଇଁ ଲଗ୍ଇନ୍‌ କରିବେ। ସେପ୍ଟେମ୍ବର ୨୬ରୁ ୨୮ ତାରିଖ ମଧ୍ୟରେ ଖାଲିଥିବା ଆସନ ପାଇଁ ସ୍ପଟ୍‌ ନାମଲେଖା ଓ ପ୍ରମାଣପତ୍ର ଯାଞ୍ଚ କରାଯିବ ବୋଲି ବିଜ୍ଞପ୍ତିରୁ ପ୍ରକାଶ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories