www.samajalive.in
Saturday, December 6, 2025
23.1 C
Bhubaneswar

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍‍ର ତୃତୀୟ ଦିବସ: ୩୬୫ରେ ଭାରତ ଅଲ୍‌-ଆଉଟ୍‌

ଅହମଦାବାଦ: ଆଜି ମୋଟେରା ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ୍‍ମ୍ୟାଚ୍‌ର ତୃତୀୟ ଦିବସରେ ଭାରତ ପ୍ରଥମ ଇନିଂସ୍‌ରେ ୩୬୫ ରନ୍‌ରେ ଅଲ୍‌ଆଉଟ୍ ହୋଇଛି। ଏଥିସହ ଶେଷ ହୋଇଛି ଭାରତର ପ୍ରଥମ ଇନିଂସ୍‌। ଆଜି ଖେଳାଯାଇଥିବା ପ୍ରଥମ ଇନିଂସ୍‌ରେ ରିଶଭ୍ ପନ୍ତଙ୍କ ଶତକୀୟ ଇନିଂସ୍‌ ଖେଳିଥିବାବେଳେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଛନ୍ତି ୱାଶିଂଟନ୍‌ ସୁନ୍ଦର। ଏହି ମ୍ୟାଚ୍‌ରେ ଅପରାଜିତ ୯୬ ରନ୍‌ର ଗୁରୁତ୍ବପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି ୱାଶିଂଟନ୍‌ ସୁନ୍ଦର। ଇଂଲଣ୍ଡ୍‌ର ବୋଲର୍‌ ବେନ୍‌ ଷ୍ଟୋକ୍‌ ମହମ୍ମଦ ସିରାଜଙ୍କୁ ବିନା କୌଣସି ରନ୍‌ରେ ବୋଲ୍‌ଡ୍‌ ଆଉଟ୍‌ କରିବା ପରେ ଭାରତୀୟ ଦଳ ଅଲ୍‌-ଆଉଟ୍‌ ହୋଇଯାଇଥିଲେ। ପ୍ରଥମ ଇନିଂସ୍‌ରେ ଭାରତ ଇଂଲଣ୍ଡଠାରୁ ୧୬୦ ରନ୍‌ରେ ଆଗୁଆ ରହିଛି।


ମଧ୍ୟାହ୍ନ ଭୋଜନ ବିରତି ପରେ ଇଂଲଣ୍ଡ୍‌ ଦଳ ବ୍ୟାଟିଙ୍ଗ୍‌ ଆରମ୍ଭ କରିଛନ୍ତି। ଇଂଲଣ୍ଡ୍‌ ପକ୍ଷରୁ ଜାକ୍‌ କ୍ରଲି ଏବଂ ଡୋମ୍‌ ସିବ୍‌ଲି ଓପ୍‌ନିଂ କରିଥିଲେ। କ୍ରଲି ୫ ରନ୍‌ ଏବଂ ସିବ୍‌ଲି ୩ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ମଇଦାନକୁ ଜନି ବେଆର୍‌ଷ୍ଟୋ ଓହ୍ଲାଇଥିଲେ ଓ ପ୍ରଥମ୍ ବଲ୍‌ରେ କୌଣସି ରନ୍‌ ନ କରି ଆଉଟ୍‌ ହୋଇଥିଲେ। ସେହିପରି ବେନ୍‌ ଷ୍ଟୋକ୍‌ ମାତ୍ର ୨ ରନ୍‌ କରି ପଡ଼ିଆରୁ ବିଦା ହୋଇଥିଲେ। ଦ୍ବିତୀୟ ଇନିଂସ୍‌ରେ ଭାରତୀୟ ବୋଲର୍‌ ଅକ୍ସର ପଟେଲ୍ ଏବଂ ରବିଚନ୍ଦ୍ରନ ଅଶ୍ବିନୀ ୨ଟି ଲେଖାଏଁ ୱିକେଟ୍‌ ଦଖଲ କରିବାରେ ସଫଳ ହୋଇଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories