www.samajalive.in
Monday, December 8, 2025
13.1 C
Bhubaneswar

ଭାରତ ଆଭିମୁଖ୍ୟରେ ଚକିତ ଚୀନ; ପଛଘୁଞ୍ଚା ଦେବା ଆଶଙ୍କା : ଏଫସାସ୍

ନୂଆଦିଲ୍ଲୀ:  ପୂର୍ବ ଲାଦାଖରେ ସୃଷ୍ଟି ହୋଇଥିବା ବିବାଦରେ ସାରା ବିଶ୍ଵ ଭାରତ ସହ ଠିଆ ହୋଇଛି । ଏହା ସତ୍ବେ ଭାରତ ଏକାକୀ ଚୀନ ସହ ଲଢ଼ିବାକୁ ଦମ୍ଭ ବାନ୍ଧିଛି । ୟୁରୋପର ଏକ ଥିଙ୍କଟ୍ୟାଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ପରି ଦେଶଗୁଡ଼ିକ ବେଜିଂ ବିରୋଧରେ ମେଳି ଗଠନ ନିମନ୍ତେ ଭାରତକୁ ସୁଯୋଗ ଦେଇଥିଲେ ହେଁ ଭାରତ ଏକାକୀ ଚୀନ ବିରୋଧରେ ସବୁ ମୁକାବିଲା କରିବାକୁ ନିଜର ସାମର୍ଥ୍ୟ ଦେଖାଇଛି । ପ୍ରତ୍ୟେକ ପ୍ରସଙ୍ଗରେ ଭାରତ କୌଣସି ବିଦେଶୀ ଶକ୍ତିର ସହାୟତା ନ ନେଇ ଏକାକୀ ମୁକାବିଲା କରିବାକୁ ବାହାରିବା ଚୀନକୁ ହତଚକିତ କରିଛି । ପୂର୍ବ ଲାଦାଖ ଘଟଣା ପରେ ଭାରତ-ଚୀନ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି । ଏଥିରେ କିଛି ଭଲ ଫଳ ମଧ୍ୟ ମିଳିଛି । ଦୁଇ ଦେଶର ସେନା କିଛି ବିବାଦୀୟ ସ୍ଥାନରୁ ପଛକୁ ହଟିଛନ୍ତି କିନ୍ତୁ ଏବେ ବି ଚୀନ ସେନା ଦେପସାଙ୍ଗ, ଗୋରା ଓ ଫିଙ୍ଗର ଅଞ୍ଚଳରେ ମୁତୟନ ଅଛନ୍ତି ।

ୟୁରୋପୀୟ ଫାଉଣ୍ଡେସନ ଅଫ୍ ସାଉଥ ଏସିଆନ ଷ୍ଟଡ଼ିଜ (ଏଫସାସ) ପକ୍ଷରୁ ଏକ ସମୀକ୍ଷାରେ କୁହାଯାଇଛି ଯେ ପେଙ୍ଗାଙ୍ଗରେ ଚୀନ ସେନା ଫିଙ୍ଗର ୨ରୁ ଫିଙ୍ଗର ୫ ପର୍ଯ୍ୟନ୍ତ ପଛକୁ ଫେରିଛନ୍ତି । ମାତ୍ର ରିଜ୍ ଲାଇନରେ ସେମାନେ ଅଟକି ଯାଇଛନ୍ତି । ଭାରତ ଫିଙ୍ଗର ୫ରୁ ଚୀନ ସେନା ଫିଙ୍ଗର ୮ ପର୍ଯ୍ୟନ୍ତ ଫେରିବାକୁ ଜିଦ୍ ଧରି ବସିଛି । ଚୀନ ସେନା ପୁରା ପଛକୁ ନ ହଟିବା ପର୍ଯ୍ୟନ୍ତ ଭାରତ ପଛକୁ ଫେରିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛି । ୨୦୧୭ରେ ଡ଼ୋକଲାମ ପରି ଡ଼୍ରାଗନ ସେନାର ଆକ୍ରମଣାତ୍ମକ ମନୋଭାବ ବି​ରୋଧରେ ଭାରତୀୟ ରାଜନୈତିକ ଓ ସୈନ୍ୟ ନେତୃତ୍ଵ ଯେଉଁ ଦୃଢ଼ତା ଦେଖାଇଛନ୍ତି ତାହା ଚୀନକୁ ବିବ୍ରତ କରିଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ରିପୋର୍ଟ ଆଧାରରେ ଏଫସାସ କହିଛି ଯେ  ଯେତେବେଳ ପର୍ଯ୍ୟନ୍ତ ସୈନ୍ୟ ଓ କୂଟନୈତିକସ୍ତରରେ କଥାବାର୍ତାରେ ସହମତି ହୋଇ ନାହିଁ ସେତେବେଳ ପର୍ଯ୍ୟନ୍ତ ସବୁ ପ୍ରକାର ପରିସ୍ଥିତି ମୁକାବିଲା ପାଇଁ ଭାରତର ସେନା ପ୍ରସ୍ତୁତ ଅଛନ୍ତି । ଅନ୍ୟପକ୍ଷରେ ଏହା କୁହାଯାଇପାରେ ଯେ ଅତ୍ୟନ୍ତ କଠିନ ପରିସ୍ଥିତିରେ ମଧ୍ୟ ଭାରତ ଚୀନକୁ ମୁକାବିଲା କରିବାକୁ ସକ୍ଷମ ବୋଲି ଏକ ବାର୍ତା ବେଜିଂକୁ ଦେଇଛି ।

- Advertisement -

ଏଫସାସ୍ ପକ୍ଷରୁ କୁହାଯାଇଛି ଯେ ଭାରତ ବିବାଦୀୟ ସିଆଚୀନ ଗ୍ଲେସିଅରରେ ବିପୁଳ ପରିମାଣର ସେନା ଓ ହତିଆର ଏକତ୍ରିତ କରିଛି । ଭାରତର ପ୍ରସ୍ତୁତିରୁ ଏହା ପ୍ରତୀତ ହୋଇଛି ଯେ ଚୀନ ସୀମାରେ ଭାରତ ଯେ କୌଣସି ମୁକାବିଲା ନିମନ୍ତେ ନିଜକୁ ପ୍ରସ୍ତୁତ କରିଛି । ବର୍ତମାନର ସ୍ଥିତି ଆଲୋଚନା ମାଧ୍ୟମରେ ସମାଧାନ ସମ୍ଭବ ବୋଲି ଭାରତ ଏବେ ବି ବିଶ୍ଵାସ ରଖିଛି । ତଥାପି କୌଣସି ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ ଏହାର ମୁକାବିଲା ପାଇଁ ସେନା ମଧ୍ୟ ମୁତୟନ କରିଛି । ଏହି ପରିସ୍ଥିତିରେ  ଭାରତ ସହ ଆଲୋଚନା କରି ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରିବା ଚୀନ ପାଇଁ ସବୁଠାରୁ ବଡ଼ ବିକଳ୍ପ ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories