ମୁମ୍ବଇ : ବଲିଉଡର ପ୍ରଖ୍ୟାତ ଅଭିନେତା ସଞ୍ଜୟ ଦତ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମୁମ୍ବଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କର କରୋନା ପରୀକ୍ଷା ନେଗେଟିଭ ଥିବା ହସ୍ପିଟାଲ ତରଫରୁ କୁହାଯାଇଛି। ବର୍ତ୍ତମାନ ସଞ୍ଜୟ ଦତ୍ତଙ୍କୁ ଅଣ କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଛି। ଯଦି ସବୁ ଠିକ୍ ହୁଏ, ତେବେ ଆସନ୍ତାକାଲି ତାଙ୍କୁ ଡିସଚାର୍ଜ କରାଯିବ।
Popular Categories



