www.samajalive.in
Saturday, December 6, 2025
26.1 C
Bhubaneswar

ଶାନ୍ତିପୂର୍ଣ୍ଣ ଭାବରେ ସୀମା ପ୍ରସଙ୍ଗ ସମାଧାନ କରିବାକୁ ଭାରତ-ଚୀନ୍ ରାଜି

ସମାଜ ପୋର୍ଟାଲ ଡେସ୍କ: ଭାରତ ଏବଂ ଚୀନ୍ ସାମରିକ ଅଧିକାରୀମାନେ ପୂର୍ବ ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଥିବା ଚୁସୁଲ-ମଲଦୋ ଠାରେ ଆଲୋଚନା କରିବାର ଗୋଟିଏ ଦିନ ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସୀମା ପ୍ରସଙ୍ଗର ସମାଧାନ ପାଇଁ ଦୁଇ ଦେଶ ସହମତ ହୋଇଛନ୍ତି। ସାମରିକ ଏବଂ କୂଟନୈତିକ କାର୍ଯ୍ୟକଳାପ ମାଧ୍ୟମରେ ଏହି ପ୍ରସଙ୍ଗର ସମାଧାନ ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ସୂଚନା ମିଳିଛି।

ଶନିବାର ଦିନ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ତାଙ୍କ ଚୀନ ସମକକ୍ଷ ମେଜର ଜେନେରାଲ ଲିୟୁ ଲିଙ୍କ ପ୍ରତିନିଧିତ୍ୱରେ ଆସିଥିବା ଦଳ ସହ ଆଲୋଚନା କରିଛନ୍ତି। ରବିବାର ଦିନ ଏକ ବିବୃତ୍ତି ଜାରି କରି ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଉଭୟ ଦେଶ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଛି। ବିଭିନ୍ନ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ସୀମାବର୍ତ୍ତୀ ଅଞ୍ଚଳର ସ୍ଥିତିକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଏବଂ ନେତାଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଦୃଷ୍ଟିରେ ରଖି ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି ଯେ ଦ୍ୱିପାକ୍ଷିକ ସମ୍ପର୍କର ସାମଗ୍ରିକ ବିକାଶ ପାଇଁ ଭାରତ-ଚୀନ୍ ସୀମା ଅଞ୍ଚଳରେ ଶାନ୍ତି ଓ ସହାବସ୍ଥାନ ଜରୁରୀ ଅଟେ।

- Advertisement -

ଚଳିତ ବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୦ତମ ବାର୍ଷିକୀ ପାଳନ କରାଯାଉଥିବାରୁ ଏବେ ଉପୁଜିଥିବା ସମସ୍ୟାର ଶୀଘ୍ର ସମାଧାନ ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି। ଏହି ବୈଠକ ପରେ ସେନା ମୁଖ୍ୟାଳୟ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କୁ ଆଲୋଚନା ବିଷୟରେ ସୂଚନା ଦେଇଛନ୍ତି। ଭାରତ ଏବଂ ଚୀନ୍‌ର ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କରିବା ସହ ସେମାନେ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ମତଭେଦ ଦୂର କରିବା ଏବଂ ସମ୍ବେଦନଶୀଳ ଚିନ୍ତାଧାରାକୁ ସମ୍ମାନ ଦେବା ସହ ସେମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ବିବାଦ ସୃଷ୍ଟି ହେବାକୁ ଦେବେ ନାହିଁ ବୋଲି ରାଜି ହୋଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories