www.samajalive.in
Thursday, December 11, 2025
18.1 C
Bhubaneswar

ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଭାରତ

ଇନ୍ଦୋର : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା  ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ। ୨ଓଭର ୩ଟି ବଲ ବାକି ଥାଇ ଭାରତ ଏହି ମ୍ୟାଚକୁ ହାତେଇ ନେଇଛି। ଆଜିର ମ୍ୟାଚରେ ଭାରତୀୟ ଦଳ ପ୍ରଥମରୁ ହିଁ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମେ ବୋଲିଂ କରି ନବଦୀପ ସାଇନି ଓ ଶ୍ରାଦୁଲ ଠାକୁରଙ୍କ ଘାତକ ବୋଲିଂ ବଳରେ ଶ୍ରୀଲଙ୍କାକୁ ୧୪୨ରନରେ ଧରାଶାୟୀ କରିଥିଲେ। ପରେ ବ୍ୟାଟିଂ କରିବାକୁ ଆସି ବ୍ୟାଟ୍ସମ୍ୟାନମାନେ ମଧ୍ୟ ଉତ୍ତମ ବ୍ୟାଟିଂ କରିଥିଲେ।

ଭାରତ ପକ୍ଷରୁ କେଏଲ ରାହୁଲ ୩୨ଟି ବଲରେ ୪୫ରନ କରିଥିଲେ। ଯେଉଁଥିରେ ତାଙ୍କର ୬ଟି ଚୌକା ସାମିଲ ରହିଛି। ସେହିଭଳି ଶିଖର ଧାୱନ ୨୯ବଲରେ ୩୨ରନ(ଚୌକା ୨), ଶ୍ରେୟସ ଆୟର ୨୬ବଲ ୩୪ରନ(୩ଟି ଚୌକା, ୧ଟି ଛକା), ଅଧିନାୟକ ବିରାଟ କୋହଲି ୧୭ଟି ବଲରୁ ୩୦ରନ୍( ଚୌକା-୧, ଛକା-୨) ଏବଂ ରିଷଭ ପନ୍ତ ଗୋଟିଏ ବଲରୁ ଗୋଟିଏ ରନ କରିଛନ୍ତି।

- Advertisement -

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories