ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ସାମ୍ପ୍ରତିକ ସ୍ଥିତି ଉପରେ ନଜର ରଖିବା ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟି ବାଂଲାଦେଶରେ ଥିବା ଭାରତୀୟ ନାଗରିକ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବାଂଲାଦେଶ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବ। ପୂର୍ବ କମାଣ୍ଡର ବିଏସଏଫର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି। ଦକ୍ଷିଣ ବଙ୍ଗ ଓ ତ୍ରିପୁରାର ସୀମା ସୁରକ୍ଷା ମୁଖ୍ୟାଳୟର ମହାନିରୀକ୍ଷକ ଏବଂ ବନ୍ଦର ପ୍ରାଧିକରଣର ଯୋଜନା ଓ ଉନ୍ନୟନ ସଚିବ ଏହାର ସଦସ୍ୟ ରହିବେ।
Popular Categories




