www.samajalive.in
Saturday, December 13, 2025
14.1 C
Bhubaneswar

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଲାଗି ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ପ୍ରତିଶ୍ରୁତିବଦ୍ଧ

ବ୍ୟାଙ୍କକ୍‍ : ମୂଲ୍ୟବୋଧ ଓ ନୀତି ଆଦାନ ପ୍ରଦାନ ଭିତ୍ତିରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅବାଧ, ମୁକ୍ତ, ସମୃଦ୍ଧ ଏବଂ ସମଷ୍ଟିଗତ ପ୍ରତିବଦ୍ଧତା ପାଇଁ ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକା ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି ଏହି ଚାରୋଟିଯାକ ଦେଶର ବରିଷ୍ଠ ଅଧିକାରୀମାନେ ଶୁକ୍ରବାର ଥାଇଲ୍ୟାଣ୍ଡର ବ୍ୟାଙ୍କକ୍‍ଠାରେ ଏକାଠି ହୋଇ ସାଧାରଣ ସ୍ୱାର୍ଥରକ୍ଷା ପାଇଁ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଥିଲେ।

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଆଞ୍ଚଳିକ ଢାଞ୍ଚା ସୁରକ୍ଷା ଲାଗି ଆସିଆନ୍‍ ଦେଶଗୁଡ଼ିକ ପ୍ରତି କୈନ୍ଦ୍ରିକତା ଓ ଆସିଆନ୍‍ ନେତୃତ୍ୱ ବ୍ୟବସ୍ଥା ପ୍ରତି ଏହି ଦେଶଗୁଡ଼ିକ ଦୃଢ଼ ସମର୍ଥନ ଜଣାଇଛନ୍ତି । ଏହି ଇସ୍ତାହାରରେ କୁହାଯାଇଛି, ଗମନାଗମନ କ୍ଷେତ୍ରରେ ସଂଯୋଗ ବ୍ୟବସ୍ଥା, ମୌଳିକ ଢାଞ୍ଚାର ବିକାଶ, ଆଞ୍ଚଳିକ ନିରାପତ୍ତା, ଆତଙ୍କବାଦ ଦମନ, ସାମୁଦ୍ରିକ ସହଯୋଗ ଓ ସାଇବର୍‍ ନିରାପତ୍ତା ସଂକ୍ରାନ୍ତରେ ସହଯୋଗ ଉପରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଲାଗି ଏହିସବୁ ପ୍ରସଙ୍ଗଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories