www.samajalive.in
Saturday, December 13, 2025
17.1 C
Bhubaneswar

ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ଆଉ ୬ଦିନ ; ଦେବଦେବୀଙ୍କ ନିମନ୍ତ୍ରଣ ପାଇଁ ପୀଠରୁ ଗଡିଲା ନିମନ୍ତ୍ରଣ ରଥ

ଆରଡି : ରାଜ୍ୟର ମଣିକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ଆରଡିଧାମର ବିଜେ ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ଚଳିତମାସ ୭ରେ ବେଶ ଧୁମ୍‍ଧାମର ସହ ପାଳିତ ହେବ। ଏହି ବିବାହ ଉତ୍ସବ ଆଉମାତ୍ର ୬ଦିନ ବାକିଥିବାରୁ ଏଥିପାଇଁ ପ୍ରସ୍ତୁତି ପର୍ବ ଆଗେଇ ଚାଲିଛି। ଶନିବାର ଜିଲା ସମେତ ପଡୋଶୀ ଯାଜପୁର, କେନ୍ଦ୍ରାପଡା, ବାଲେଶ୍ୱର ଆଦି ଜିଲାର ବିଭିନ୍ନ ଦେବଦେବୀଙ୍କୁ ନିମନ୍ତ୍ରଣ ନିମନ୍ତେ ପୀଠରୁ ବାହାରିଥିଲା ନିମନ୍ତ୍ରଣ ରଥ। ଏଥିପାଇଁ ମଣିବାବାଙ୍କର ଭୋର ପହଡ଼ ଖୋଲିବା ପରେ ଦୈନଦିନ ନୀତିକାନ୍ତି ଅନୁଯାୟୀ ସମସ୍ତ ନୀତିପୂଜା ସରିବା ପରେ ମଣିବାବାଙ୍କ ନିକଟରୁ ଆଜ୍ଞାମାଳ ଅଣାଯାଇ ରଥରେ ଲାଗି କରାଯାଇଥିଲା। ତାହାସହ ନିମନ୍ତ୍ରଣର ପ୍ରଥମ ଦିନରେ ମାଁ ବିରଜାଙ୍କୁ ନିମନ୍ତ୍ରଣ ନିମନ୍ତେ ମଙ୍ଗୁଳା ଗୁଆ ଓ ଶାଢି, ଶଙ୍ଖା ଆଦି ସମସ୍ତ ପୂଜା ସାମଗ୍ରୀ ମାଆଙ୍କ ନିକଟକୁ ପଠାଯାଇଥିଲା। ରଥ ବାହାରିବା ପୂର୍ବରୁ ଘଣ୍ଟ, କିର୍ତ୍ତନ, ଛତ୍ର-ଚାମର ଆଲଟ ଆଦି ସେବା ପ୍ରଦାନ କରାଯାଇ ରଥ ପୀଠରୁ ଗଡିଥିଲା। ତାହାସହ ମହାରଣା ସେବାକାରୀଙ୍କ ପକ୍ଷରୁ ବିମାନ ମରାମତି କାର୍ଯ୍ୟ ଚାଲୁଥିବା ବେଳେ ଅନ୍ୟାନ୍ୟ ସେବାକରୀଙ୍କ ପକ୍ଷରୁ ବିବାହ ନିମନ୍ତେ ସମସ୍ତ ନୀତିକାନ୍ତି ପାଇଁ ପ୍ରସ୍ତୁତି ଚାଲିଛି। ଏହି ରଥ ପୀଠରୁ ଗଡିବା ବେଳେ ମନ୍ଦିର ସହ-ପରିଚାଳକ ସୁଧାକର ବିଶ୍ୱାଳ, ସେବାୟତ ପ୍ରତିନଧି ଆଷିଶ ପାଢୀ, ବରିଷ୍ଠ ସେବାୟତ ଗୋପାଳକୃଷ୍ଣ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପର୍ଯ୍ୟାୟକ୍ରମେ ଏହି ରଥ କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲାକୁ ଭ୍ରମଣରେ ଯିବ ବୋଲି ସେବାୟତ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories