www.samajalive.in
Monday, December 15, 2025
26.1 C
Bhubaneswar

ଜାତିସଂଘରେ ପାକିସ୍ତାନକୁ ଭାରତର ଜବାବ; ଏକ ବିଫଳ ଦେଶଠାରୁ ଆମେ ଶିକ୍ଷା ଚାହୁଁ ନାହୁଁ

ଜେନେଭା : ଗଣତନ୍ତ୍ର ପ୍ରତିଷ୍ଠା କ୍ଷେତ୍ରରେ ପାକିସ୍ତାନ ଏକ ବିଫଳ ରାଷ୍ଟ୍ର। ଏପରି ଏକ ବିଫଳ ରାଷ୍ଟ୍ର ଠାରୁ ଗଣତନ୍ତ୍ରର ମୂଲ୍ୟବୋଧ ଓ ମାନବାଧିକାର ସୁରକ୍ଷା ଭଳି ପ୍ରସଙ୍ଗରେ ଭାରତ ଶିକ୍ଷା ଲାଭ କରିବାକୁ ଚାହେଁ ନାହିଁ ବୋଲି ମିନି ଦେବୀ କୁମାମ କହିଛନ୍ତି। ଜାତିସଂଘସ୍ଥିତ ଭାରତୀୟ ଦୂତାବାସର ଦ୍ୱିତୀୟ ସଚିବ ମିନି ଦେବୀ ଜାତିସଂଘରେ ପାକିସ୍ତାନକୁ ଶନିବାର ଏପରି ଜବାବ ଦେଇଛନ୍ତି। ଜେନେଭାରେ ଚାଲିଥିବା ଜାତିସଂଘର ମାନବାଧିକାର ପରିଷଦ ବୈଠକରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇଛି। ଜାତିସଂଘସ୍ଥିତ ପାକିସ୍ତାନ ଦୂତାବାସର ସହକାରୀ ପ୍ରତିନିଧି ତାହିର ଆନ୍ଦ୍ରାବି ପରିଷଦ ବୈଠକରେ କହିଥିଲେ ଯେ କାଶ୍ମୀରରେ ଭାରତ ସରକାରଙ୍କ ଦ୍ୱାରା ମାନବାଧିକାର ଉଲ୍ଲଙ୍ଘନ ହେଉଛି। କାଶ୍ମୀରବାସୀଙ୍କୁ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଭାରତ ସରକାର ସୁଯୋଗ ଦେଉନଥିବାରୁ ଏଠାରେ ସର୍ବଦା ହିଂସା ଦେଖାଯାଉଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ କାଶ୍ମୀରବାସୀଙ୍କୁ ସ୍ୱାଧୀନ ଅଧିକାର ଦେଇଥିବାବେଳେ ଏହାକୁ ଏବେ ଉଲ୍ଲଙ୍ଘନ କରାଯାଉଛି।

ପାକିସ୍ତାନ ପ୍ରତିନିଧି ତାହିରଙ୍କ ଏପରି ଅଭିଯୋଗ ଉପରେ ଭାରତ କଡା ଜବାବ ଦେଇଥିଲା। ଭାରତର ପ୍ରତିନିଧି ମିନି ଦେବୀ କହିଥିଲେ ଯେ ପାକିସ୍ତାନ ଭଳି ଏକ ବିଫଳ ରାଷ୍ଟ୍ର ଠାରୁ ବିଶ୍ୱ ଗଣତନ୍ତ୍ର ଓ ମାନବାଧିକାର ବାବଦରେ ଶିକ୍ଷା ନେବାକୁ ଚାହେଁ ନାହିଁ। ଆତଙ୍କବାଦୀମାନେ ଏହି ଦେଶରେ ଅବାଧ ବିଚରଣ କରୁଛନ୍ତି। ଓସାମା ବିନ୍‌ ଲାଡେନ ଭଳି ଆତଙ୍କବାଦୀକୁ ଏହି ଦେଶ ସୁରକ୍ଷା ଦେଇ ଆସୁଥିଲା। ୧୯୭୨ ସିମଲା ରାଜିନାମା, ୧୯୯୯ ଲାହୋର ଘୋଷଣାନାମା ଓ ଅସ୍ତ୍ରବିରତି ଉଲ୍ଲଂଘନ ରାଜିନାମାକୁ ସମ୍ମାନ ଜଣାଇବା ପରିବର୍ତ୍ତେ ଏହା ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଚାଲିଛି। ଆତଙ୍କବାଦ ଦ୍ୱାରା ବିଶ୍ୱବାସୀଙ୍କର ମାନବାଧିକାର ଉଲ୍ଲଙ୍ଘନ ହେଉଛି; ମାତ୍ର ପାକିସ୍ତାନ ଏହି ଆତଙ୍କବାଦୀଙ୍କୁ ସମସ୍ତ ପ୍ରକାର ସହଯୋଗ କରିଆସୁଛି। ତେଣୁ ଏପରି ଏକ ଦେଶ ମାନବାଧିକାର ବାବଦରେ ଅନ୍ୟକୁ ଶିକ୍ଷା ଦେବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ମିନି ଦେବୀ କହିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories