www.samajalive.in
Friday, December 12, 2025
16.1 C
Bhubaneswar

ଜାମ୍ମୁ-କାଶ୍ମୀର ବିଡିସି ନିର୍ବାଚନରେ ବିଜେପି ଚିତ୍‌ପଟାଙ୍ଗ, ବହୁ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ

ଜାମ୍ମୁ: ଜାମ୍ମୁର ବିଡିସି(ବ୍ଲକ ଉନ୍ନୟନ ପରିଷଦ) ନିର୍ବାଚନରେ ବିଜେପିକୁ ବଡ଼ ଝଟ୍‌କା ଲାଗିଛି। ଅନେକ ବରିଷ୍ଠ ନେତାଙ୍କ ଅଞ୍ଚଳରେ ଦଳ ମାଟି କାମୁଡ଼ିଛି। ଲୋକସଭା ନିର୍ବାଚନରେ ଯେଉଁଠି ଉଦ୍ଧମପୁର-ଡୋଡା ଏବଂ ପୁଞ୍ଛ ଭଳି ଆସନରେ ଦଳକୁ ବୃହତ୍ତ ବିଜୟ ମିଳିଥିଲା, ସେଠାରେ ପ୍ରାୟ ୫ମାସ ପରେ ହୋଇଥିବା ଏହି ବିଡିସି ନିର୍ବାଚନରେ ପରାଜୟର ସମ୍ନା କରିବାକୁ ପଡ଼ିଛି। ସ୍ବାଧୀନ ପ୍ରାର୍ଥୀମାନେ ବିଜେପି ପ୍ରାର୍ଥୀଙ୍କୁ କଡ଼ା ଜବାବ ଦେଇଛନ୍ତି। ମୋଟ ଆସନ ମଧ୍ୟରୁ ୮୧ ଆସନରେ ବିଜେପି ବିଜୟ ହାସଲ କରିଥିବାବେଳେ ୨୧୭ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ନଗରୋଟା ବିଧାନସଭା କ୍ଷେତ୍ରର ସମସ୍ତ ୩ ବ୍ଲକରେ ଦଳର ପ୍ରାର୍ଥୀମାନଙ୍କୁ ହାରିବାକୁ ପଡ଼ିଛି। ଏହି ଆସନରେ ବର୍ତ୍ତମାନର ସାଂସଦ ଯୁଗଲ କିଶୋର ଶର୍ମା ପୂର୍ବରୁ ପ୍ରତିନିଧିତ୍ଵ କରିସାରିଛନ୍ତି। ବିଜୟପୁର ବିଧାନସଭାର ସମସ୍ତ ଆସନରେ ବି ଦଳ ପରାଜୟବରଣ କରିଛି। ଏଠାରୁ ପୂର୍ବତନ ମନ୍ତ୍ରୀ ଚନ୍ଦ୍ରପ୍ରକାଶ ଗଙ୍ଗା ନିର୍ବାଚନ ଜିତିଥିଲେ। ବିଲାୱର ଏବଂ ନୌସେରା ବିଧାନସଭା ନିର୍ବାଚନମଣ୍ଡଳୀରେ ଅଧା ଆସନ ଜିତିବାରେ ବିଜେପି ସଫଳ ହୋଇଛି। ବିଲାୱରରୁ ବାଚସ୍ପତି ଡା. ନିର୍ମଳ ସିଂହ ଏବଂ ନୌସେରାରୁ ଦଳର ଅଧ୍ୟକ୍ଷ ରବୀନ୍ଦ୍ର ରୌନା ବିଧାୟକ ରହିଛନ୍ତି। ସେହିପରି କାଲାକୋଟ ବିଧାନସଭା ଆସନରେ ବି ଦଳକୁ ବିଜୟ ସ୍ବାଦ ମିଳିନାହିଁ। ଜାମ୍ମୁର କେବଳ କିସ୍ତୱାଡ ଜିଲାରେ ବିଜେପି ପ୍ରାର୍ଥୀମାନେ ଅଧିକ ଆସନରେ ବିଜୟୀ ହୋଇଛନ୍ତି। କିନ୍ତୁ ଅନ୍ୟ ୯ଟି ଜିଲାରେ ସ୍ବାଧୀନ ପ୍ରାର୍ଥୀମାନେ ଅଧିକ ଆସନରେ ବିଜୟଲାଭ କରିଛନ୍ତି।

- Advertisement -

ତେବେ ଏପରି ପରାଜୟ ପାଇଁ ଟିକେଟ ବଣ୍ଟନରେ ଅସନ୍ତୋଷକୁ ଦାୟୀ କରାଯାଉଛି। ଟିକେଟ ବଣ୍ଟନକୁ ନେଇ ଅନେକ ପ୍ରାର୍ଥୀ ଅସନ୍ତୁଷ୍ଟ ଥିଲେ। ସେଥିପାଇଁ ଅନେକ ନେତା ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀମାନଙ୍କୁ ସମର୍ଥନ କରିଥିବା କୁହାଯାଉଛି। ଫଳସ୍ବରୂପ କାଶ୍ମୀର ପ୍ରାନ୍ତରେ ବିଜେପିର ୧୮ ଏବଂ ୧୦୯ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନରେ ଜିତିଥିବାବେଳେ ଲଦାଖ ପ୍ରାନ୍ତରେ ବିଜେପି ଖାତାରେ ୧୧ ଏବଂ ସ୍ବାଧୀନଙ୍କ ଖାତାରେ ୨୦ ଆସନ ଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories