www.samajalive.in
Sunday, December 14, 2025
26.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ମହିଳା ଟେଷ୍ଟ ମ୍ୟାଚ୍‌: ମାନ୍ଧାନାଙ୍କ ଶତକ, ଭାରତ ୫/୨୭୬

ଗୋଲ୍‌ଡକୋଷ୍ଟ: ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଏଠାରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ପ୍ରଥମ ଇନିଂସରେ ୫ ୱିକେଟ୍‌ ହରାଇ ୨୭୬ ରନ୍‌ ସଂଗ୍ରହ କରିଛି। ଭାରତ ତରଫରୁ ଓପନର୍‌ ସ୍ମୃତି ମାନ୍ଧାନା ଶତକ ହାସଲ କରିଥିଲେ। ସନ୍ଧ୍ୟା ଭୋଜନ ବିରତି ସମୟରେ ଗୋଲ୍‌ଡକୋଷ୍ଟରେ ବଜ୍ରପାତ ସହ ବର୍ଷା ହେବାରୁ ୩୦ ଓଭରରୁ ଅଧିକ ଖେଳ ସମ୍ଭବପର ହୋଇପାରିନଥିଲା।

ପ୍ରଥମ ଦିନରେ ଭାରତୀୟ ଦଳ ୧ ୱିକେଟ୍‌ ହରାଇ ୧୩୨ ରନ୍ ସଂଗ୍ରହ କରିଥିଲା। ସ୍ମୃତି ମାନ୍ଧାନା ୮୦ ଓ ପୁନମ୍‌ ରାଉତ ୧୬ ରନ୍‌ କରି ଅପରାଜିତ ରହିଥିଲେ। ଦ୍ବିତୀୟ ଦିନ ଖେଳରେ ମାନ୍ଧାନା ଉଚ୍ଚକୋଟିର ବ୍ୟାଟିଂ ପ୍ରଦର୍ଶନ କରି ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥି​ଲେ। ମାନ୍ଧାନା ବ୍ୟକ୍ତିଗତ ଭାବେ ୨୨ଟି ଚୌକା ଓ ୧ଟି ଛକା ସହାୟତାରେ ୧୨୭ ରନ୍‌ କରି ଗାର୍ଡନରଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଅଧିନାୟିକା ମିତାଲି ରାଜ୍‌ ୩୦ ଓ ୟାସିକା ଭାଟିଆ ୧୯ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଦ୍ବିତୀୟ ଦିନ ଖେଳ ବନ୍ଦ ହେବା ବେଳକୁ ଦୀପ୍ତି ଶର୍ମା ଓ ତାନିଆ ଭାଟିଆ କ୍ରିଜ୍‌ରେ ଅପରାଜିତ ରହିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories