www.samajalive.in
Sunday, December 14, 2025
14.1 C
Bhubaneswar

ଆଧୁନିକୀକରଣ କାର୍ଯ୍ୟ ପାଇଁ ୧୬ ରେଳ ବାତିଲ

ଭୁବନେଶ୍ବର: ଉତ୍ତର ପୂର୍ବ ସୀମାନ୍ତ ରେଳପଥ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ କେତେକ ରେଳର ସାମୟିକ ଭାବେ ବାତିଲ ଓ ମାର୍ଗ ପରିବର୍ତ୍ତନ ହୋଇଛି। ବାତିଲ ହେବାକୁ ଥିବା ରେଳ ଗୌହାଟୀ-ବେଙ୍ଗାଲୁରୁ କ୍ୟାଣ୍ଟ, ବେଙ୍ଗାଲୁରୁ କ୍ୟାଣ୍ଟ-ଗୌହାଟୀ, ସିକନ୍ଦରାବାଦ-ଗୌହାଟୀ, ଗୌହାଟୀ-ସିକନ୍ଦରାବାଦ, ଯଶୋବନ୍ତପୁର-କାମାକ୍ଷା, କାମାକ୍ଷା-ଯଶୋବନ୍ତପୁର, ତାମ୍ବରମ୍-ସୀଲଘାଟ ଟାଉନ୍, ସିଲଘାଟ ଟାଉନ-ତାମ୍ବରମ, ପୁରୀ-କାମାକ୍ଷା, କାମାକ୍ଷା-ପୁରୀ, ସିଲଚାର୍-କୋଏମ୍ବାଟୁର, କୋଏମ୍ବାଟୁର-ସିଲଚାର୍, ସିକନ୍ଦରାବାଦ-ଅଗରତାଲା, ଅଗରତାଲା-ସିକନ୍ଦରାବାଦ, ବେଙ୍ଗାଲୁରୁ କ୍ୟାଣ୍ଟ-ଅଗରତାଲା, ଅଗରତାଲା-ବେଙ୍ଗାଲୁରୁ କ୍ୟାଣ୍ଟ ରେଳ ରହିଛି।

ଅକ୍ଟୋବର ୩ରେ ଗୌହାଟୀରୁ ଛାଡିବାକୁ ଥିବା ୦୨୫୧୦ ଗୌହାଟୀ-ବେଙ୍ଗାଲୁରୁ କ୍ୟାଣ୍ଟ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ। ସେହିପରି କେବଳ ପିଆଜ ପରିବହନ କରୁଥିବା ପ୍ରଥମ ପିଆଜ ସ୍ୱତନ୍ତ୍ର ରେଳ ଆଜି ବିଶାଖାପଟନମ ରେଳ ରହଣିସ୍ଥଳରୁ ଉତ୍ତର-ପୂର୍ବ ସୀମାନ୍ତ ରେଳପଥର କାଟିହର ରେଳ ମଣ୍ଡଳ ଅନ୍ତର୍ଗତ ଜଲାଲଗଡ ରେଳ ରହଣିସ୍ଥଳକୁ ଯାତ୍ରା କରିଛି। ପୂର୍ବତଟ ରେଳପଥର ୱାଲଟିୟର ରେଳ ମଣ୍ଡଳର ଉଦ୍ୟମରେ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଏହାର ପ୍ରଥମ ଯାତ୍ରା ଆରମ୍ଭ କରାଯାଇଛି। ଏହି ରେଳରେ ୧୦ ଟି ପାର୍ସଲ୍ ଭ୍ୟାନ୍ କୋଚ୍ ରହିଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories