www.samajalive.in
Saturday, December 13, 2025
14.1 C
Bhubaneswar

ଇଂଲଣ୍ଡ ୧୮୩ରେ ଅଲ୍ଆଉଟ

ନଟିଂହାମ୍‌ : ପ୍ରଥମଦିନରେ‌ ଚମତ୍କାର ପ୍ରଦର୍ଶନ ସହ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଆରମ୍ଭ କରିଛି । ବୁଧବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ବୋଲର ଘାତକ ବୋଲିଂ କରିଛନ୍ତି । ଯଶପ୍ରୀତ ବୁମ୍‌ରା ୪ଟି ଓ ମହମ୍ମଦ ସାମି ୩ଟି ୱିକେଟ ନେବାରୁ ପ୍ରଥମ ଦିନରେ ଇଂଲଣ୍ଡ ପ୍ରଥମ ଇନିଂସରେ ୧୮୩ ରନ୍‌ କରି ଅଲ୍ଆଉଟ ହୋଇଯାଇଛି। ଜୋ ରୁଟ୍‌ଙ୍କୁ ଛାଡ଼ି ଜଣେ ମଧ୍ୟ ଇଂଲଣ୍ଡ ବ୍ୟାଟ୍‌ସ ମ୍ୟାନ୍ ଅର୍ଦ୍ଧଶତକ ହାସଲ କରି ପାରିନାହାନ୍ତି । ପରେ ଭାରତ ତା’ର ପ୍ରଥମ ଇନିଂସ ଆରମ୍ଭ କରି କୌଣସି ୱିକେଟ ନ ହରାଇ ୨୧ ରନ୍ କରିଛି । ରୋହିତ ଶର୍ମା ଓ କେ.ଏଲ୍‌. ରାହୁଲ ୯ ରନ୍‌ ଲେଖାଏଁ କରି ଅପରାଜିତ ଅଛନ୍ତି । ଏବେ ଭାରତ ପ୍ରଥମ ଇନିଂସରେ ୧୬୨ ରନ୍ ପଛରେ ରହିଛି ।
ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା । ରୋରି ବର୍ନସ ବିନା ସ୍କୋର୍‌ରେ ପ୍ରଥମ ଓଭରରେ ଆଉଟ ହୋଇଥିଲେ। ୨ୟ ୱିକେଟ ପାଇଁ ଡମ୍ ସିବ୍‌ଲି ଓ ଜ୍ୟାକ୍ କ୍ରଲି ୪୨ ରନ୍‌ ଯୋଡ଼ିଥିଲେ। କ୍ରଲି ୪ଟି ଚୌକା ସହ ୨୭ ରନ୍ କରିଥିଲେ । ପରେ ସିବ୍‌ଲି ୧୮ ରନ୍‌ କରି ବିଦାୟ ନେଇଥିଲେ । ୬୬ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ଅଧିନାୟକ ଜୋ ରୁଟ୍‌ ଓ ଜନି ବେୟାରଷ୍ଟୋ ୪ର୍ଥ ୱିକେଟ ପାଇଁ ୭୨ ରନ୍ ଯୋଡ଼ିଥିଲେ। ବେୟାରଷ୍ଟୋ ଆଉଟ୍ ହେବା ସହ ଇଂଲଣ୍ଡ ୪୫ ରନ୍‌ରେ ଶେଷ ୭ଟି ୱିକେଟ ହରାଇ ୧୮୩ ରନ୍‌ରେ ଅଲ୍‌ଆଉଟ ହୋଇ ଯାଇଥିଲା । ବେୟାରଷ୍ଟୋ ୪ଟି ଚୌକା ସହ ୨୯ ରନ୍‌ କରିଥିଲେ । ଡ୍ୟାନ୍ ଲରେନ୍‌ସ, ଜୋସ୍ ବଟ୍‌ଲର ଏବଂ ଓଲି ରବିନ୍‌ସନ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ । ଜୋ ରୁଟ୍‌ ଦର୍ଶନୀୟ ବ୍ୟାଟିଂକରି ୧୧ଟି ଚୌକା ସହ ୬୪ ରନ୍ କରିଥିଲେ । ଶେଷଆଡ଼କୁ ସାହସିକ ପ୍ରଦର୍ଶନ କରି ଗୋଟିଏ ଛକା ଓ ୪ଟି ଚୌକା ସହ ୨୭ ରନ୍‌କରି ଅପରାଜିତ ଥିଲେ । ଯଶପ୍ରୀତ ବୁମ୍‌ରା ୪ଟି, ମହମ୍ମଦ ସାମି ୩ଟି ଓ ସାର୍ଦ୍ଦୁଳ ଠାକୁର ୨ଟି ୱିକେଟ ନେଇଥିଲେ।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories