www.samajalive.in
Saturday, December 13, 2025
17.1 C
Bhubaneswar

ମାଓବାଦୀଙ୍କୁ ଚେତାବନୀ : ‘ଆଦିବାସୀଙ୍କୁ ଜୁଲୁମର ପରିଣାମ ଭୟଙ୍କର ହେବ’

ନୂଆପଡ଼ା/ସିନାପାଲି : ବିଗତ ଦିନରେ ଛତିଶଗଡ଼ର ଗରିଆବନ୍ଧ ଜିଲା ମେନପୁର ଥାନା ଅନ୍ତର୍ଗତ ଓରହ ପଞ୍ଚାୟତର ବାଲେ(ଆମାମୋରା)ଗ୍ରାମର ପର୍ଶୁରାମ ଭୁଞ୍ଜିଆଙ୍କୁ ମାଓବାଦୀମାନେ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ଏହାକୁ ନେଇ ବର୍ତ୍ତମାନ ସମୟରେ ଛତିଶଗଡ଼ର ଗରିଆବନ୍ଧ ଜିଲା ଚକୋଟିଆ ଭୁଞ୍ଜିଆ ସମାଜ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚକୋଟିଆ ଭୁଞ୍ଜିଆ ସମାଜ ପକ୍ଷରୁ ପୋଷ୍ଟର ଜାରି କରି ମାଓବାଦୀ ମାନଙ୍କ ସରଳ ଆଦିବାସୀ ମାନଙ୍କୁ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ଆଗାମୀ ଦିନରେ ଏହାର କଡ଼ା ଜବାବ ଦିଆଯିବା ନେଇ ଚେତାବନୀ ମଧ୍ୟ ପ୍ରଦାନ କରାଯାଇଛି।
ଓଡ଼ିଶା ସୀମାବର୍ତ୍ତି ଛତିଶଗଡ଼ ଗରିଆବନ୍ଧ ଜିଲାର ମେନପୁର ଥାନା ଅଧୀନରେ ଜଣେ ବନ ବିଭାଗ ଜଗୁଆଳି ପର୍ଶୁରାମ ଭୁଞ୍ଜିଆଙ୍କୁ ମାଓବାଦୀମାନେ ଜୁଲାଇ ୧୬ ତାରିଖରେ ଘରୁ ଡାକିନେଇ ପୁଲିସକୁ ସହଯାଗ କରୁଥିବା ଅଭିଯୋଗରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ। ଏହାକୁ ନେଇ ବର୍ତ୍ତମାନ ଛତିଶଗଡ଼ର ଚକୋଟିଆ ଭୁଞ୍ଜିଆ ସମାଜ ଉପରେ ଗଭୀର ପ୍ରଭାବ ପଡିବା ସହ ସେମାନେ ଏହାକୁନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିବା ଆରମ୍ଭ କରିଛନ୍ତି।

ଗରିଆବନ୍ଧ ଜିଲା ଚକୋଟିଆ ଭୁଞ୍ଜିଆ ସମାଜ ପକ୍ଷରୁ ଛତିଶଗଡ଼ ଓ ଓଡିଶାର ଚକୋଟିଆ ଭୁଞ୍ଜିଆ ବହୁଳ ଅଞ୍ଚଳରେ ପୋଷ୍ଟର ଲଗାଇ ମାଓବାଦୀ ମାନଙ୍କ ମନମୁଖୀ ଜୁଲମକୁ ବିରୋଧ କରିବା ସହ ଅଗାମୀ ଦିନରେ ଏହାର ଉପଯୁକ୍ତ ଜବାବ ଦିଆ ଯିବ ବୋଲି ମଧ୍ୟ ଚେତାବାନୀ ଦେଇଛନ୍ତି। ସିନାପାଲି ବ୍ଲକ ଘାଟମାଲ ପଞ୍ଚାୟାତର ନୂଆପଡ଼ା ଜିଲା ଖରିଆର ବନଖଣ୍ଡ ଅଧୀନ ଧୋବେଇ ରେଢ଼ମାଲ ଜଙ୍ଗଲ ତଥା ଭଇଁସାଦାନୀ ଠାରୁ ସର୍ଗିଡିହି ପ୍ରଧାନମନ୍ତ୍ରୀ ସଡ଼କ ଫଳକରେ ପୋଷ୍ଟର ମାନ ଲାଗି ଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ‘ମାଓବାଦୀମାନେ ଆମ ଗ୍ରାମ ମାନଙ୍କୁ ଯିବା ଆସିବା କରୁଛନ୍ତି, ସେମାନଙ୍କ ଆବଶ୍ୟକତା ମୁତାବକ ଆମେମାନେ ସେମାନଙ୍କୁ ସାହାଯ୍ୟ ମଧ୍ୟ କରି ଆସୁଛୁ। କିନ୍ତୁ ମାଓବାଦୀମାନେ ନିରୀହ ଆଦିବାସୀଙ୍କୁ ପୁଲିସର ସହଯୋଗୀ କହି ହତ୍ୟା କରିବା ଏକପ୍ରକାର ଅଭ୍ୟାସରେ ପରିଣତ ହୋଇ ଗଳାଣି। ଏପରି ଭାବରେ ଆମ ନିରୀହ ଆଦିବାସୀ ମାନଙ୍କ ମନରେ ଭୟ ସଞ୍ଚାର କରି ଏକପ୍ରକାର ଜୁଲୁମ କରିଚାଲିଛନ୍ତି। ୨୦୧୪ ମସିହାରେ ମଧ୍ୟ ପର୍ଶୁରାମଙ୍କ ବଡ଼ଭାଇଙ୍କୁ ପୁଲିସ ସହଯୋଗୀ ଦର୍ଶାଇ ହତ୍ୟା କରିଥିଲେ। ଏଣୁ ଏଣିକି ଏହାକୁ ବରଦାସ୍ତ କରାଯିବ ନାହିଁ’ ବୋଲି ଉକ୍ତ ପୋଷ୍ଟରେ ଉଲ୍ଲେଖ କରାଯାଇଛି। ତେବେ ଗରିଆବନ୍ଧ ଚକୋଟିଆ ଭୁଞ୍ଜିଆ ସମାଜର ଅଧିକାରୀମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories