www.samajalive.in
Saturday, December 6, 2025
14.1 C
Bhubaneswar

ବଢ଼ିଛି ସେଚାଞ୍ଚଳ, ମେଣ୍ଟିନି ଭୋକ

ଭବାନୀପାଟଣା(ବିଜୟ ଦ୍ୱିବେଦୀ) : ଅଶି ଦଶକରେ କଳାହାଣ୍ଡି ‘ଭୋକର ଭୂଗୋଳ’ ଭାବେ ପରିଚିତ ଥିଲା। ସେଇ ସମୟରେ ଖାଦ୍ୟାଭାବ ଉତ୍କଟ ଥିଲା। ଅନାହାର ଓ ଅର୍ଦ୍ଧାହାର ଥିଲା ସାଧାରଣ ଘଟଣା । ପରବର୍ତ୍ତୀ ସମୟରେ ଛୋଟବଡ଼ ହୋଇ ଏକାଧିକ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ସ୍ଥିତିରେ  ପରିବର୍ତ୍ତନ ପରିଲକ୍ଷିତ ହେଲା ଏବଂ ନିକଟରେ  ଇନ୍ଦ୍ରାବତୀ ବହୁମୁଖୀ ବିଦ୍ୟୁତ ଜଳସେଚନ ପ୍ରକଳ୍ପ କାର୍ୟ୍ୟକାରୀ ହେବା ପରେ ଲୋକଙ୍କ ଆଶା ଓ ସ୍ବପ୍ନ ଏବେ ଡେଣା ମେଲିବା ଆରମ୍ଭ କରିଛି । କିଛି ବର୍ଷ ହେଲା ଧାନ ଉତ୍ପାଦନରେ କଳାହାଣ୍ଡି ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛି। ଦାରିଦ୍ର୍ୟ କମିଛି, ମାତ୍ର ସମ୍ପୂର୍ଣ୍ଣ ଲୋପ ପାଇ ନାହିଁ । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଯେଉଁ ପରିମାଣରେ ହ୍ରାସ ପାଇବା କଥା ତାହା ହୋଇପାରି ନାହିଁ। ଆଜି ବି କଳାହାଣ୍ଡି ଜିଲାର ମୋଟ ଲୋକସଂଖ୍ୟା ୧୮ଲକ୍ଷ ୬୧ହଜାର ୫୮୨ରୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୧୩ ଲକ୍ଷ ୭୯ ହଜାରରୁ ଉର୍ଦ୍ଧ୍ବ ରହିଛି ।

ଅଶି ଓ ନବେ ଦଶକରେ ଅବିଭକ୍ତ କଳାହାଣ୍ଡି (ବର୍ତ୍ତମାନ ନୂଆପଡ଼ା ଜିଲା ସହିତ)ଉତ୍କଟ ଦାରିଦ୍ର୍ୟ ଓ ଅନାହାରକୁ ନେଇ ଗଣମାଧ୍ୟମ ଗୁଡ଼ିକର ଶିରୋନାମା ମଣ୍ଡନ କରୁଥିଲା । ଏବେ ସ୍ଥିତିରେ ପରିବର୍ତ୍ତନ ହୋଇଛି, ହେଲେ ଏହାର ଦାରିଦ୍ର୍ୟକୁ ନେଇ ଉଠିଥିବା ବିବାଦ ଯେଉଁଠି ଥିଲା ସେଇଠି ରହିଛି । କିଏ କହୁଛି ରାଜନୈତିକ ସ୍ୱାର୍ଥପାଇଁ ଏହି ଜିଲାର ଦାରିଦ୍ର୍ୟର ଅତିପ୍ରଚାର କରାଯାଇ ବିଶ୍ଵ ଦରବାରରେ କଳାହାଣ୍ଡିର ଚିତ୍ରକୁ କୁତ୍ସିତ ଓ କଦାକାର କରାଯାଇଛି। ଆଉ କିଏ କହୁଛି କଳାହାଣ୍ଡି ଆଜି ଭୋକର ଭୂଗୋଳ ନୁହେଁ ଏହା ବିକାଶର ପ୍ରତୀକ । ଏହା ସତ୍ୟ ଯେ ବିକାଶର ବାଟ ଫିଟିଛି, ମାତ୍ର  ଦାରିଦ୍ର୍ୟ ଦୂର ହୋଇ ନାହିଁ, ଭୋକ ସମ୍ପୂର୍ଣ୍ଣ ମେଣ୍ଟି ନାହିଁ । ଜିଲାରେ ମୋଟ ଲୋକସଂଖ୍ୟାର ପ୍ରାୟ ୭୪ ପ୍ରତିଶତରୁ ଊର୍ଦ୍ଧ୍ବ ଲୋକ ଆଜି ବି ସରକାରୀ ଚାଉଳକୁ ଅପେକ୍ଷା କରି ରହିଛନ୍ତି।

- Advertisement -

ଯୋଗାଣ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଜିଲାର ୧୩ଟି ବ୍ଲକ ଓ ଭବାନୀପାଟଣା ପୌର ପରିଷଦ ସମେତ କେସିଙ୍ଗା ଓ ଜୁନାଗଡ଼ ଏନ୍‌ଏସି ଅଞ୍ଚଳରେ ୪ଲକ୍ଷ ୪ହଜାର ୮୭୮ ବିପିଏଲ୍‌ ଓ ୧୩ଲକ୍ଷ ୭୯ହଜାର ୧୭୪ଟି ଏପିଲ ପରିବାର ଅଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ କେନ୍ଦ୍ର ସରକାର ଜିଲାରେ ୧୩ଟି ବ୍ଲକ ଓ ଭବାନୀପାଟଣା, ଜୁନାଗଡ଼ ଏବଂ କେସିଙ୍ଗା ସହରାଞ୍ଚଳରୁ ୩ଲକ୍ଷ ୩୫ହଜାର ୫୨୪ ଏପିଏଲ୍‌ ପରିବାରର ୧୧ଲକ୍ଷ ୫୭ହଜାର ୧୫୪ଜଣଙ୍କୁ ମୁଣ୍ଡ ପିଛା ୫ କିଲୋଗ୍ରାମ ହିସାବରେ ୪୮୦୦୨.୮୭ କ୍ୱିଣ୍ଟାଲ ଚାଉଳ ଓ ୩୧୪୪.୩୫ କ୍ୱିଣ୍ଟାଲ ଗହମ ପ୍ରତିମାସରେ ଯୋଗାଇ ଦେଉଛନ୍ତି । ସେହିପରି ୫୫୧୯୪ ବିପିଏଲ ପରିବାରର ୧ ଲକ୍ଷ ୭୫ ହଜାର ୧୦୦ ଜଣକୁ ଅନ୍ତୋଦୟ ଅନ୍ନ ଯୋଜନା (ଏଏୱାଇ)ରେ ପ୍ରତି କାର୍ଡ ପିଛା ୩୫ କୋଲୋଗ୍ରାମ ଚାଉଳ ହିସାବରେ ୧୮୨୧୪.୦୨ କ୍ୱିଣ୍ଟାଲ ଚାଉଳ ଯୋଗାଇ ଦିଆଯାଉଛି। ସେହିପରି ଯେଉଁମାନେ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନର ଅନ୍ତର୍ଭୁକ୍ତ ହୋଇପାରିଲେ ନାହିଁ ସେହି ପରିବାର ସଦସ୍ୟମାନଙ୍କୁ ଓଡ଼ିଶା ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ୧୩୭୯୦ ପରିବାରଙ୍କୁ କେବଳ ୪୫୩୨୦ କ୍ୱିଣ୍ଟାଲ ଚାଉଳ ଯୋଗାଇ ଦିଆଯାଉଥିବା ବେଳେ ଅନ୍ନପୂର୍ଣ୍ଣା ଯୋଜନାରେ ୧୬୦୦ ପରିବାରଙ୍କୁ ୧୬୦ କ୍ୱିଣ୍ଟାଲ ଚାଉଳ ପ୍ରତି ମାସରେ ଯୋଗାଇ ଦିଆଯାଉଛି। ଏହି ଚାଉଳ ସେମାନଙ୍କ ବଞ୍ଚିବାର ମୁଖ୍ୟ ସାହାରା । ସୂଚନା ଥାଉ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ଚାଉଳ ନଦେଲେ ସେମାନଙ୍କୁ ଖୋଲା ବଜାରରୁ ଚଢ଼ା ଦରରେ ଚାଉଳ କିଣି ଖାଇବାକୁ ପଡ଼ିବ। ଯାହା ତାଙ୍କ ପାଇଁ ସମ୍ଭବପର ନୁହେଁ। ସରକାରୀ ତଥ୍ୟ ଅନୁସାରେ ସଂଖ୍ୟା ଦୃଷ୍ଟିରୁ ଜିଲାରେ ଦାରିଦ୍ର୍ୟ  ସୀମାରେଖା ତଳେ ସର୍ବାଧିକ ଲୋକ ଅଛନ୍ତି ଭବାନୀପାଟଣାରେ । ତା’ ତଳକୁ ଦ୍ବିତୀୟ ସ୍ଥାନରେ ରହିଛି ଜୁନାଗଡ଼ ବ୍ଲକ । ସେହିପରି ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି ଯଥାକ୍ରମେ ଗୋଲାମୁଣ୍ଡା ଏବଂ ଧର୍ମଗଡ଼ ବ୍ଲକ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories